Breaking PLUSଓଡ଼ିଶାମୁଖ୍ୟ ଖବର

ଗୃହରେ ଏସସିବି ନିଆଁକୁ ନେଇ ହଟ୍ଟଗୋଳ ଜାରି

ଭୁବନେଶ୍ୱର, 26 ମାର୍ଚ୍ଚ- ଆଜି ଚାଲିପାରୁନି ଗୃହ ।ଏସସିବି ଅଗ୍ନିକାଣ୍ଡ ପ୍ରସଙ୍ଗ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଆସୁଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ଆଜି ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା।

ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ହୋହଲ୍ଲା ସହ ନାରାବାଜି କରିଥିଲେ। ହଟ୍ଟଗୋଳ ମଧ୍ୟରେ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି କଲେ ବାଚସ୍ପତି। ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତୀ ତଳେ ବିରୋଧୀ ସଦସ୍ୟ ପ୍ରତିବାଦ କରିଥିଲେ।

ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ୧୭ ତାରିଖରୁ ଲଗାତାର ଭାବେ ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ।

Show More

Related Articles

Back to top button