Breaking PLUSଦେଶମୁଖ୍ୟ ଖବର

ବାଂଲାଦେଶରେ ନଦୀକୁ ଖସିଲା ବସ୍ ; ୨୩ ମୃତ ଓ ଅନେକ ନିଖୋଜ

ବାଂଲାଦେଶ : ବାଂଲାଦେଶର ରାଜବାରୀ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ପଦ୍ମା ନଦୀକୁ ଖସିପଡିଛି। ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନେକ ଲୋକ ଆହତ ଏବଂ ନିଖୋଜ ଥିବା ଜଣାପଡିଛି।

ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ବସ୍‌ଟି ୪୦ ରୁ ୫୦ ଯାତ୍ରୀଙ୍କୁ ନେଇ ରାଜବୀରରୁ ଢାକା ଅଭିମୁଖେ ଯାଉଥିଲା । ସନ୍ଧ୍ୟା ୫ଟା ସମୟରେ ଦୌଲତଦିଆ ଫେରି ଟର୍ମିନାଲ ନମ୍ବର ୩ ସମ୍ମୁଖରେ ଏକ ଫେରିରେ ଚଢିବା ସମୟରେ ନିୟନ୍ତ୍ରଣ ହରାଇ ପାଣିରେ ପଡିଯାଇଥିଲା । ସୂଚନା ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏପର୍ଯ୍ୟନ୍ତ ୨୩ ଜଣଙ୍କ ମୃତଦେହକୁ ଉଦ୍ଧାର କରିଛି ।

Show More

Related Articles

Back to top button