Breaking PLUSଓଡ଼ିଶାମୁଖ୍ୟ ଖବର

ରାସ୍ତା କାମର ଫାଇଲ୍ ଚିରିଦେଲେ ଚେୟାରମ୍ୟାନ

ଭୁବନେଶ୍ୱର, 7 ମେ-  ବ୍ଲକ ଅଫିସ ଭିତରେ ଫାଇଲ ଚିରିଦେଲେ ଚେୟାରମ୍ୟାନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୁଧବାର ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ ଅଫିସରେ । ମୁଖ୍ୟକିରାଣୀଙ୍କ ଅଫିସ ରୁମ୍ ଟେବୁଲ ଉପରେ ଥିବା ରାସ୍ତା କାମର ଫାଇଲକୁ ଚିରିଦେଇଛନ୍ତି ବ୍ଲକ ଚେୟାରମେନ ନୀଳକାନ୍ତ ବାଗ ।

ଚେୟାରମ୍ୟାନ ଫାଇଲ୍ କାଗଜ ପତ୍ର ଚିରି ଦେଉଥିବା ପୁରା କାରନାମା ଭିଡ଼ିଓ ସିସିଟିଭିରେ କଏଦ ହୋଇଛି ।ଅଫିସ୍ ଭିତରେ ଫାଇଲ ଚିରିବା ନେଇ ବ୍ଲକ ଅଧିକାରୀ ଖବର ପାଇବା ଅଭିଯୋଗ ନେଇ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବିଡିଓ ସୁମନ ମିଞ୍ଜ । ବିଡ଼ିଓଙ୍କ ଅଭିଯୋଗକୁ ଭିତ୍ତି କରି ପାଟଣାଗଡ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

 

Show More

Related Articles

Back to top button