Breaking PLUSଦେଶମୁଖ୍ୟ ଖବରରାଜନୀତି
ପୁଣି ରାଜ୍ୟପାଳଙ୍କୁ ଭେଟିବେ ବିଜୟ

ଚେନ୍ନାଇ, 8ମେ-ପୁଣି ରାଜ୍ୟପାଳଙ୍କୁ ଭେଟିବେ ବିଜୟ । ଅଭିନେତାରୁ ନେତା ସାଜିଥିବା ‘ଟିଭିକେ’ ମୁଖ୍ୟ ବିଜୟ ଶୁକ୍ରବାର ଅପରାହ୍ନ ୪ଟା ୩୦ରେ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଛନ୍ତି। ଏହି ସାକ୍ଷାତକାର ତାମିଲନାଡୁରେ ନୂଆ ସରକାର ଗଠନ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ବୋଲି କୁହାଯାଉଛି।
ତାମିଲନାଡୁ ବିଧାନସଭାରେ ମ୍ୟାଜିକ୍ ନମ୍ବର ୧୧୮ ପାଖରେ ପହଞ୍ଚିବା ପାଇଁ ଏବେ ଜୋରଦାର ଅଙ୍କକଷା ଚାଲିଛି। ଟିଭିକେ ପାଖରେ ଏବେ ୧୦୮ ସିଟ୍ ଥିବା ବେଳେ, କଂଗ୍ରେସର ୫ ବିଧାୟକଙ୍କ ସମର୍ଥନରେ ଏହି ସଂଖ୍ୟା ୧୧୩ରେ ପହଞ୍ଚିଛି। ତଥାପି ବହୁମତ ପାଇଁ ଆଉ ୫ଟି ସିଟ୍ର ଆବଶ୍ୟକତା ରହିଛି।



