Breaking PLUSଦେଶମୁଖ୍ୟ ଖବରରାଜନୀତି
ତାମିଲନାଡ଼ୁ ବିଧାନସଭାରେ ଫ୍ଲୋର ଟେଷ୍ଟ ଦେଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ, 13 ମେ- ତାମିଲନାଡ଼ୁ ବିଧାନସଭାରେ ଫ୍ଲୋର ଟେଷ୍ଟ ଦେଲେ ମୁଖ୍ୟମନ୍ତ୍ରୀ ବିଜୟ । ବିଧାନସଭା ଫ୍ଲୋର ଟେଷ୍ଟରେ ମୁଖ୍ୟମନ୍ତ୍ରୀ ବିଜୟ ପାସ୍, ଟିଭିକେ ସପକ୍ଷରେ ପଡ଼ିଲା ୧୪୪ ଖଣ୍ଡ ଭୋଟ୍ ।
କଂଗ୍ରେସ, ସିପିଆଇ(ଏମ୍), ଭିସିକେ ଏବଂ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମଏଲ) ଆସ୍ଥା ଭୋଟରେ ବିଜୟଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସମର୍ଥନ କରିଥିଲେ। କଂଗ୍ରେସ ଏହାର ପାଞ୍ଚ ବିଧାୟକଙ୍କ ସହିତ ସରକାରଙ୍କୁ ସମର୍ଥନ କରିଥିବା ବେଳେ, ସିପିଆଇ(ଏମ୍), ଭିସିକେ ଏବଂ ଆଇୟୁଏମଏଲ ଦୁଇଜଣ ଲେଖାଏଁ ବିଧାୟକ ଯୋଗଦାନ କରିଥିଲେ। ବହିଷ୍କୃତ ଆମ୍ମା ମକ୍କଲ୍ ମୁନେଟ୍ରା କାଝାଗମ (ଏଏମଏମକେ) ବିଧାୟକ ଏସ କାମରାଜ ମଧ୍ୟ ସରକାରଙ୍କ ସପକ୍ଷରେ ଭୋଟ ଦେଇଥିଲେ। ଯାହା ମେଣ୍ଟ ସରକାରଙ୍କ ସଂଖ୍ୟା ୧୨୧ ଆସନରୁ ବହୁତ ଅଧିକ ରହିଛି।



