ମୁଖ୍ୟ ଖବରରାଜନୀତି

ବିଧାନସଭା ସ୍ୱତନ୍ତ୍ର ଅଧିବେଶନରେ କଂଗ୍ରେସର ହଙ୍ଗାମା

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଏକଦିନିଆ ସ୍ୱତନ୍ତ୍ର ଅଧିବେଶନ ଗୁରୁବାର ଆରମ୍ଭ ହୋଇଥିବା ବେଳେ ଆରମ୍ଭରୁ ହିଁ କଂଗ୍ରେସ ବିଧାୟକମାନଙ୍କ ହୋହଲ୍ଲା ଦେଖିବାକୁ ମିଳିଥିଲା। ବାଚସ୍ପତିଙ୍କ ପୋଡିୟମ ତଳେ ଏକତ୍ରିତ ହୋଇ ସେମାନେ ନାରାବାଜି କରିଥିବା ସହ କେନ୍ଦୁଝର ପ୍ରସଙ୍ଗ ଉଠାଇ ସରକାରକୁ ଘେରିବାକୁ ଚେଷ୍ଟା କରିଥିଲେ। ଗୃହରେ ଏହି ହଟ୍ଟଗୋଳ କାରଣରୁ କିଛି ସମୟ ପର୍ଯ୍ୟନ୍ତ ପରିସ୍ଥିତି ତିବ୍ର ହୋଇପଡ଼ିଥିଲା।

ଏହି ଅବସ୍ଥା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ବିଷୟରେ ଆଲୋଚନା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ସରକାର ପକ୍ଷରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ଉପସ୍ଥାପନ କରାଯାଇଥିବା ବେଳେ ବିପକ୍ଷ କଂଗ୍ରେସ ସଦସ୍ୟମାନେ ତାଙ୍କ ଦାବି ଉପରେ ଅଡ଼ି ରହିଥିଲେ। ହଟ୍ଟଗୋଳ ଚାଲିଥିବା ସମୟରେ ଗୃହର କାର୍ଯ୍ୟବାହୀ ଆଗକୁ ବଢ଼ିଥିଲା।

ପରେ କଂଗ୍ରେସ ବିଧାୟକମାନେ ଅସନ୍ତୋଷ ପ୍ରକାଶ କରି ଗୃହ ତ୍ୟାଗ କରିଥିଲେ। ସୂଚନାନୁଯାୟୀ, ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଭୂମିକା ଓ ଯୋଗଦାନ ଉପରେ ଚର୍ଚ୍ଚା ପାଇଁ ଏହି ବିଶେଷ ଅଧିବେଶନ ଡାକାଯାଇଥିଲା। ପୂର୍ବାହ୍ଣ ୧୧ଟାରୁ ଆରମ୍ଭ ହୋଇଥିବା ଗୃହକାର୍ଯ୍ୟ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବାକୁ ସମୟ ନିର୍ଦ୍ଧାରିତ ହୋଇଛି।

Show More

Related Articles

Back to top button