Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର
କଟକ LIC କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

କଟକର LIC କାର୍ଯ୍ୟାଳୟରେ ଭୋର ସମୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାର କାରଣ ସ୍ପଷ୍ଟ ହୋଇନଥିବାବେଳେ, ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିବାରଣ କାର୍ଯ୍ୟ ଆରମ୍ଭ କରିଥିଲେ। ଚାଉଳିଆଗଞ୍ଜର ଦୁଇଟି ଦଳ ଓ ବକ୍ସିବଜାରର ଗୋଟିଏ ଦଳ ମିଶି ନିଆଁକୁ ଆୟତ୍ତ କରିଥିଲେ।
ଏହି ଅଗ୍ନିକାଣ୍ଡରେ କେହି ଆହତ କିମ୍ବା ଜୀବନହାନି ଘଟିନଥିବାବେଳେ, ଅନେକ ଦଲିଲ୍ ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି।
ଅଗ୍ନିକାଣ୍ଡର ପରିଣାମସ୍ୱରୂପ ଆଜି LIC କାର୍ଯ୍ୟାଳୟର ସାଧାରଣ କାର୍ଯ୍ୟକଳାପ ପ୍ରଭାବିତ ହେବା ସମ୍ଭାବନା ରହିଛି।



