
ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ ନାଜାଲ ଭ୍ୟାକ୍ସିନକୁ ମଞ୍ଜୁରୀ ଦେଲା ଡିସିଜିଆଇ । ଭାରତର ପ୍ରଥମ ଏହି ନାଜାଲ ଭ୍ୟାକ୍ସିନ କରୋନା ବିରୁଦ୍ଧ ଲଢେଇ ପାଇଁ ଅନେକ ପରିମାଣରେ ସହାୟକ ହେବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ।
କେନ୍ଦ୍ର ସ୍ୱାସ୍ଥ୍ୟ ଟ୍ୱିଟରେ ଲେଖିଛନ୍ତି, , ‘କୋଭିଡ ୧୯ ବିରୁଦ୍ଧ ଲଢେଇରେ ଭାରତର ବଡ଼ ଉପଲବ୍ଧି ହାସଲ କରିଛି । ଭାରତ ବାୟୋଟେକର ନାକରେ ଦିଆଯାଉଥିବା କରୋନା ଭ୍ୟାକ୍ସିନକୁ ଡିସିଜିଆଇର ମଞ୍ଜୁରୀ ମିଳିଛି । ଏହି ଭ୍ୟାକ୍ସିନ ଭାରତରେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଜରୁରୀ ସ୍ଥିତିରେ ଦିଆଯିବ। ଏହି ନାଜାଲ ଭ୍ୟାକ୍ସିନ କରୋନା ବିରୁଦ୍ଧ ଲଢେଇ ପାଇଁ ଅନେକ ପରିମାଣରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୋଭିଡ ୧୯ ବିରୁଦ୍ଧରେ ବିଜ୍ଞାନ, ଗବେଷଣା ଏବଂ ସମ୍ୱଳର ସଠିତ ବ୍ୟବହାର କରିଛି । ଏହି ପ୍ରୟାସରେ ଭାରତ କରୋନାକୁ ସମ୍ପୂର୍ଣ୍ଣ ରୂପେ ହରାଇବାରେ ସଫଳ ହେବ ।