Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇବାକୁ ଉଦ୍ୟମ କରିବେ ସରକାର

ଭୁବନେଶ୍ୱର, 6 ମେ- ପଶ୍ଚିମବଙ୍ଗର ଦୀଘା ଠାରେ ଥିବା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟାଇବାକୁ ଉଦ୍ୟମ କରାଯିବ । ବଙ୍ଗରେ ବିଜେପି ସରକାର ଗଠନ ପରେ ଓଡ଼ିଶା ସରକାର ଏଥିପାଇଁ ଉଦ୍ୟମ ଆରମ୍ଭ କରିବେ। ଏନେଇ ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ହଜାର ହଜାର ଜଗନ୍ନାଥ ମନ୍ଦିର ଅଛି, କିନ୍ତୁ ସବୁ ଧାମ ନୁହେଁ। ନୂଆ ଜଗନ୍ନାଥ ମନ୍ଦିର ଗଢି ଏହାକୁ ଜଗନ୍ନାଥ ଧାମ ବୋଲି ନାମ ଦେଇ ମମତା ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଥିଲେ। ବଙ୍ଗାଳୀ ଭକ୍ତଙ୍କୁ ପୁରୀ ଆସିବାକୁ ମମତା ସରକାର ମନା କରିଥିଲା। ଏହାର ଫଳ ମମତା ଭୋଗିଛନ୍ତି। ଧାମ ଶଦ୍ଦ ହଟିବା ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖି ଏହା କହିଛନ୍ତି।

Show More

Related Articles

Back to top button