Breaking PLUSଓଡ଼ିଶାମୁଖ୍ୟ ଖବର

ହିଞ୍ଜିଳି ଖରିଡ଼ା ମର୍ଡର ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର, 6 ମେ- ହିଞ୍ଜିଳି ଖରିଡ଼ା ମର୍ଡର ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଘଟଣାରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ଦୋଷୀକୁ ଦଣ୍ଡବିଧାନ ବ୍ୟବସ୍ଥା କରିବାକୁ ଚିଠିରେ ମାଧ୍ୟମରେ ଦାବି କରିଛନ୍ତି ନବୀନ।
ନବୀନ ଚିଠିରେ ଲେଖିଛନ୍ତି ହିଞ୍ଜିଳି ନିର୍ବାଚନମଣ୍ଡଳୀର ଖରିଡ଼ା ଗାଁରେ ଶିଶୁ ଆଗରେ ଜଣେ ଗର୍ଭବତୀ ମା’କୁ ନିର୍ମମ ଭାବେ ହତ୍ୟା କରାଯିବାର ଦୃଶ୍ୟ ମୋତେ ବ୍ୟଥିତ ଓ ମର୍ମାହତ କରିଛି। ନ୍ୟାୟ ଦାବିରେ ନିଜ ସନ୍ତାନକୁ କୋଳରେ ଧରି ସ୍ୱାମୀ ଘର ଆଗରେ ଧାରଣାରେ ବସିଥିବା ସମୟରେ ମହିଳାଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରାଯାଉଛି। ଘଟଣା ସମୟରେ ମା’ର ମୃତଦେହ ପାଖରେ ୩ ବର୍ଷର ଶିଶୁ କାନ୍ଦୁଥିବା ଦୃଶ୍ୟ ଓଡ଼ିଶାବାସୀଙ୍କୁ ବିଚଳିତ କରିଦେଇଛି। ଏପରି ନାରକୀୟ କାଣ୍ଡ ବାରମ୍ବାର ଘଟୁଥିଲେ ବି ପୋଲିସ ପ୍ରଶାସନ, ଆଇନର ବ୍ୟବସ୍ଥା କ’ଣ କରୁଛି? ଅପରାଧୀଙ୍କ ଆଗରେ ଓଡ଼ିଶାର ଶାସନ ବ୍ୟବସ୍ଥା କାହିଁକି ଏତେ ଅସହାୟ ହୋଇପଡୁଛି?
ମହିଳା ଜଣକ ଧାରଣାରେ ବସିଥିବା ସମୟରେ ପୋଲିସ ପ୍ରଶାସନ ପକ୍ଷରୁ ପୂର୍ବରୁ କାହିଁକି ପ୍ରତିରୋଧମୂଳକ ପଦକ୍ଷେପ ନିଆଯାଇନଥିଲା? ଆଇନଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରିବାରେ ସରକାର କାହିଁକି ପଛଘୁଂଚା ଦେଉଛନ୍ତି?
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଘଟଣାର ସାକ୍ଷୀ ଥିବା ୩ ବର୍ଷର ଶିଶୁକୁ ଯଥାଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଉପଯୁକ୍ତ ଚିକିତ୍ସା, ଆର୍ôଥକ ସହାୟତା ଓ ପୁନର୍ବାସ ସୁବିଧା ଯୋଗାଇ ଦିଅନ୍ତୁ।

Show More

Related Articles

Back to top button