Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟର ୨୩ଟି ଶିଳ୍ପ ସଂସ୍ଥା ଦେଉନାହାନ୍ତି ବକେୟା ବିଜୁଳି ବିଲ
ଭୁବନେଶ୍ୱର, 11 ଡିସେମ୍ବର – ରାଜ୍ୟର ୨୩ଟି ଶିଳ୍ପ ସଂସ୍ଥା ଦେଉନାହାନ୍ତି ବକେୟା ବିଜୁଳି ବିଲ । ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । ୧୦ ବର୍ଷ ମଧ୍ୟରେ ୧୪ ଟି ଶିଳ୍ପ ସଂସ୍ଥାକୁ ୪୦୯୭ କୋଟି ବକେୟା ବିଲ ଛାଡ଼ କରାଯାଇଛି । ଜିନ୍ଦଲ ୨୮୫ କୋଟି ଟଙ୍କା ବାକି ରଖିଥିବା ବେଳେ ଭିସା ଷ୍ଟିଲ ଯାଜପୁରର ୨୪୬ କୋଟି, ଜିଏମ ଆର କମଳାଙ୍ଗ ଏନର୍ଜି ୧୭୯ କୋଟି, ମାଇଥାନ ଇସ୍ପାତ ନିଗମ ଲିମିଟେଡ଼ ୮୫ କୋଟି ଟଙ୍କା ବକେୟା ରଖିଛନ୍ତି । ସେହିପରି ୧୦ ବର୍ଷ ମଧ୍ୟରେ ବେଦାନ୍ତ ଲିମିଟେଡ଼କୁ ୩୫୯୯ କୋଟିର ବିକେୟା ବିଜୁଳି ବିଲ ଛାଡ଼ କରାଯାଇଛି । ଜିନ୍ଦଲ ଷ୍ଟିଲକୁ ୧୦୩ କୋଟି ଛାଡ଼ କରାଯାଇଛି । ଜେଜେ ପେପର ମିଲକୁ ମଧ୍ୟ ୨୬ କୋଟିର ବକେୟା ବିଲ ଛାଡ଼ କରାଯାଇଛି ।