Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର
ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ୬ ଜଣ ଗୁରୁତର; ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ

ନୟାଗଡ଼:ନୂଆଗାଁ ଥାନା ଅଧୀନ କୋରଡ଼ା ଗାଁରେ ଏକ ଭୟାବହ ବିସ୍ଫୋରଣ ଘଟି ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଏଥିରେ ଜଣେ ନାବାଳକ ମଧ୍ୟ ଅଛନ୍ତି। ଗୁରୁତର ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।
ଆହତମାନେ ହେଲେ ବାଣ କାରଖାନା ମାଲିକ ହାଡିବନ୍ଧୁ ସେଠୀ, ତାଙ୍କ ପୁଅ ନବ ସେଠୀ, ଶ୍ରମିକ ନିରଞ୍ଜନ ନାହାକ, ବାପୁନି ନାହାକ, ମନୋଜ ନାୟକ ଏବଂ ଗଞ୍ଜାମ ଅଞ୍ଚଳର ନାବାଳକ ଅମିତ ସେଠୀ।
ସୂଚନା ଅନୁସାରେ, ଦଶପଲ୍ଲାରେ ଆସନ୍ତା ୭ ତାରିଖରେ ହେବାକୁ ଥିବା ଲଙ୍କାପୋଡି ଉତ୍ସବ ପାଇଁ ଘରେ ବାଣ ପ୍ରସ୍ତୁତ କରାଯାଉଥିବା ବେଳେ ଏହି ଅଘଟଣ ଘଟିଛି। ବିସ୍ଫୋରଣ ଏତେ ଭୟାବହ ଥିଲା ଯେ ଚାରିପାଖରେ ଥିବା ଘରଗୁଡ଼ିକ ଛତିଗ୍ରସ୍ତ ହୋଇଯାଇଛି। ଶବ୍ଦ ଶୁଣି ସ୍ଥାନୀୟ ଲୋକେ ବାହାରକୁ ଆସିଥିବାବେଳେ ସମଗ୍ର ଅଞ୍ଚଳ କଳା ଧୂଆଁରେ ଆବୃତ ହୋଇଥିବା ଦେଖିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ବିସ୍ଫୋରଣର କାରଣ ଖୋଜାଯାଉଛି।



