ମୁଖ୍ୟ ଖବରରାଜନୀତି

କେନ୍ଦୁଝରରେ ୧,୬୪୭ କୋଟିର ଗ୍ରିଡ୍ ସବ୍‌ଷ୍ଟେସନ ପାଇଁ ଶିଳାନ୍ୟାସ

ଭୁବନେଶ୍ୱର/କେନ୍ଦୁଝର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଙ୍ଗଳବାର କେନ୍ଦୁଝର ଜିଲ୍ଲାର ବଡବିଲ୍‌ରେ ୪୪୦/୨୨୦ କେଭି କ୍ଷମତାର ଗ୍ରିଡ୍ ସବ୍‌ଷ୍ଟେସନ ପାଇଁ ଶିଳାନ୍ୟାସ କରିଛନ୍ତି। ପ୍ରାୟ ୧,୬୪୭ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହେବ।
ଏହି ପ୍ରକଳ୍ପ ମାଧ୍ୟମରେ ଅଞ୍ଚଳର ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ ହେବା ସହ ପ୍ରାୟ ୭.୧୭ ଲକ୍ଷ ଉପଭୋକ୍ତା ଲାଭାନ୍ବିତ ହେବେ। ପାଞ୍ଚଟି ନୂତନ ଟ୍ରାନ୍ସମିଶନ ଲାଇନ୍ ଓ ସବ୍‌ଷ୍ଟେସନ ମଧ୍ୟ ଉଦ୍‌ଘାଟନ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଉନ୍ନତି ପାଇଁ ଅତ୍ୟାବଶ୍ୟକ। ରାଜ୍ୟର ବିଦ୍ୟୁତ୍ ଖାତକୁ ଡିଜିଟାଲ୍ କରାଯାଉଥିବା ସହ ୨୦୩୬ ସୁଦ୍ଧା ନୂତନ ଗ୍ରିଡ୍ ସବ୍‌ଷ୍ଟେସନ ସ୍ଥାପନ ହେବ ବୋଲି ସେ ଜଣାଇଛନ୍ତି।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଏହି ପ୍ରକଳ୍ପ ଦ୍ୱାରା କେନ୍ଦୁଝର ସହ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ଆହୁରି ଉନ୍ନତ ହେବ।

Show More

Related Articles

Back to top button