Breaking PLUSଓଡ଼ିଶାମୁଖ୍ୟ ଖବର

ଓମ୍‌ଫେଡ୍‌ ଦୁଗ୍ଧ ଦର ବୃଦ୍ଧି ଦ୍ୱାରା ଚାଷୀମାନେ ଉପକୃତ ହେବେ- ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର, 3 ମେ- ଓମ୍‌ଫେଡ୍‌ ଦୁଗ୍ଧ ଦର ବୃଦ୍ଧି ଦ୍ୱାରା ଚାଷୀମାନେ ଉପକୃତ ହେବେ । ଏନେଇ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ଅନେକ ଦିନ ହେବ ଓମ୍‌ଫେଡ୍‌ କ୍ଷୀର ଦର ବଢିନଥିଲା । ଚାଷୀଙ୍କ ହିତ ପାଇଁ ଅଧିକ ଦାମ୍‌ରେ ଆମେ କ୍ଷୀର କ୍ରୟ କରିବୁ । ପ୍ରକ୍ରିୟାକରଣ ଓ ପରିବହନ ଖର୍ଚ୍ଚ ଅଧିକ ପାଇଁ କ୍ଷୀର ଦର ବୃଦ୍ଧି । ଅନ୍ୟ ସଂସ୍ଥାଠାରୁ ଓମ୍‌ଫେଡ୍ କ୍ଷୀର ଦର ଯଥେଷ୍ଟ କମ୍ ରହିଛି । ଅଧ ଲିଟର ପିଛା ୨ ଟଙ୍କା ବଢ଼ିଛି, କ୍ୱାଲିଟିରେ କମ୍ପରମାଇଜ୍‌ ହୋଇନି ବୋଲି ମନ୍ତ୍ରୀ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ରାଜ୍ୟରେ କ୍ଷୀର ଦାମ୍‌ ବୃଦ୍ଧି ହୋଇଛି। ଟୋନ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରିଛି ଓମ୍‌ଫେଡ୍‌। ତେବେ ୫୦ ଟଙ୍କାରୁ ବୃଦ୍ଧି ପାଇ ଏହା ୫୪ ଟଙ୍କାରେ ପହଞ୍ଚିଛି।

Show More

Related Articles

Back to top button