ରାଜଧାନୀରେ ବିଟେକ ଛାତ୍ରଙ୍କ ଆତ୍ମହତ୍ୟା !
ଇନ୍ଫୋସିଟି ଥାନାରେ ଅଭିଯୋଗ କଲେ ମୃତ ଛାତ୍ରଙ୍କ ବାପା ବସନ୍ତ ସ୍ୱାଇଁ

ଭୁବନେଶ୍ୱର, 3 ମେ- ରାଜଧାନୀର ଏକ ଘରୋଇ ଇଂଜିନିୟରିଂ କଲେଜରେ ଛାତ୍ରମୃତ୍ୟୁରୁ ନେଇ ଉତ୍ତେଜନା। ଶିଖରଚଣ୍ଡି ଅଞ୍ଚଳରେ ଥିବା ଏକ ଘରୋଇ ଇଂଜିନୟିରିଂ କଲେଜର ବିଟେକ୍ ପ୍ରଥମ ବର୍ଷର ଛାତ୍ର ଜୀବନ ହାରିଛନ୍ତି । ହଷ୍ଟେଲ ଭିତରେ ବେକରେ ଗାମୁଛା ଲଗାଇ ଝୁଲିପଡ଼ିଛନ୍ତି।
ସିନିୟର ଛାତ୍ରଙ୍କ ରାଗିଂରୁ ସେ ଜୀବନ ହାରିଥିବା ନେଇ ଅଭିଯୋଗ ହୋଇଛି। ମୃତ ଛାତ୍ର ଜଗତସିଂହପୁର ଜିଲ୍ଲାର ବିଶ୍ୱାସ ସ୍ୱାଇଁ ।
ଅନ୍ୟପଟେ ଇନ୍ଫୋସିଟି ଥାନାରେ ଅଭିଯୋଗ କଲେ ମୃତ ଛାତ୍ରଙ୍କ ବାପା ବସନ୍ତ ସ୍ୱାଇଁ । କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ମୋ ପୁଅ ମୃତ୍ୟୁର ମୁଖ୍ୟ କାରଣ କଲେଜରେ ସିନିୟର୍ ଛାତ୍ରମାନଙ୍କ ରାଗିଂ’ । ‘ପୁଅ ମୃତ୍ୟୁ ପାଇଁ କଲେଜ କର୍ତ୍ତୃପକ୍ଷ ଓ ମ୍ୟାନେଜମେଣ୍ଟ ପୂର୍ଣ୍ଣମାତ୍ରାରେ ଦାୟୀ । ରାତି ୧୦ଟାରେ ଭଲରେ କଥା ହୋଇଥିଲା, ୧୧ଟାରେ ଶୁଣିଲି ଆତ୍ମହତ୍ୟା । ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ମୋ ପୁଅ କେମିତି ଆତ୍ମହତ୍ୟା କରିପାରିବ । ‘ପୁଅ କ୍ଲାସ୍ ଓ୍ୱାନ୍ ଅଫିସର୍ ହୋଇଥାନ୍ତା, ହେଲେ ସବୁ ସ୍ୱପ୍ନ ଅଧା ରହିଗଲା । ପୁଅର ସାଲ୍ୟୁଟ୍ ଦେଖିଥାନ୍ତି, ହେଲେ ଆଜି ପୋଷ୍ଟମର୍ଟମ୍ ଦେଖିବାକୁ ପଡ଼ିଲା ।



