ପୁଣି ଶସ୍ତା ହେଲା ସୁନା ରୂପା

ଭୁବନେଶ୍ୱର: ଆଜି ସୁନା ଓ ରୂପା ବଜାରରେ ଲକ୍ଷଣୀୟ ହ୍ରାସ ଦେଖାଯାଇଛି, ଯାହା କ୍ରେତା ଓ ନିବେଶକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ବିବାହ ଋତୁ ପୂର୍ବରୁ ଏହି ହ୍ରାସକୁ କ୍ରୟ ପାଇଁ ଉପଯୁକ୍ତ ସମୟ ଭାବେ ଦେଖାଯାଉଛି।
ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ଆଜି ୨୪ କ୍ୟାରେଟ୍ ସୁନା ଦର ୩,୩୩୩ ଟଙ୍କା କମି ପ୍ରତି ୧୦ ଗ୍ରାମ ୧,୫୦,୩୭୫ ଟଙ୍କାରେ ପହଞ୍ଚିଛି। ସେହିପରି ରୂପା ଦରରେ ବଡ଼ ପତନ ଦେଖାଯାଇ ୧୩,୦୩୭ ଟଙ୍କା କମି କିଲୋ ପିଛା ୨,୩୦,୪୬୪ ଟଙ୍କା ହୋଇଛି।
ଭୁବନେଶ୍ୱର ବଜାରରେ ମଧ୍ୟ ସୁନା ଦର କମିଛି। ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୧,୫୧,୪୨୦ ଟଙ୍କା, ୨୨ କ୍ୟାରେଟ୍ ୧,୩୮,୮୦୦ ଟଙ୍କା ଓ ୧୮ କ୍ୟାରେଟ୍ ୧,୧୩,୫୭୦ ଟଙ୍କାରେ ବିକ୍ରି ହେଉଛି।
ଅନ୍ୟପଟେ ରୂପା ଦରରେ ମଧ୍ୟ ହ୍ରାସ ହୋଇ କିଲୋ ପିଛା ପ୍ରାୟ ୨,୫୫,୦୦୦ ଟଙ୍କାରେ ରହିଛି। ଗୋଟିଏ ଦିନରେ ପ୍ରାୟ ୧୦ ହଜାର ଟଙ୍କା କମିଥିବା ଦେଖାଯାଇଛି।
ବଜାର ବିଶ୍ଳେଷକମାନେ କହୁଛନ୍ତି, ଏହି ହ୍ରାସ ଅଲ୍ପ ସମୟ ପାଇଁ ହୋଇପାରେ, ତେଣୁ ଯେମାନେ ସୁନା କିଣିବାକୁ ଚିନ୍ତା କରୁଥିଲେ ସେମାନଙ୍କ ପାଇଁ ଏହା ଭଲ ସୁଯୋଗ।


