Breaking PLUSଓଡ଼ିଶାମୁଖ୍ୟ ଖବର

ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇକୁ ଜବାବ ତଲବ କଲେ ହାଇକୋର୍ଟ

ଭୁବନେଶ୍ୱର, 23 ଏପ୍ରିଲ- ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇକୁ ଜବାବ ତଲବ । ମାମଲା ରଦ୍ଦ ପାଇଁ ପ୍ରଭାତ ବିଶ୍ୱାଳଙ୍କ ଆବେଦନ ଉପରେ ଜବାବ ତଲବ କଲେ ହାଇକୋର୍ଟ ।

ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇକୁ ଜବାବ ତଲବ କରିଛନ୍ତି ହାଇକୋର୍ଟ  । ପୂର୍ବରୁ ବର୍ଷକରେ ମାମଲାର ବିଚାର ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୨ ବର୍ଷ ବିତି ଯାଇଥିଲେ ଵି ନିମ୍ନ ଅଦାଲତରେ ମାମଲାର ଶୁଣାଣି ଅସମାପ୍ତ ରହିଛି । ଏହି ଆଧାରରେ ମାମଲା ରଦ୍ଦ କରିବାକୁ ଆବେଦନ କରିଥିଲେ ପ୍ରଭାତ ବିଶ୍ୱାଳ ।

ଏଠାରେ ସୂଚନାଯୋଗ୍ୟ, ଗତ ୨୦୧୪ ମସିହାରେ ସିସୋର ବେଆଇନ ଅର୍ଥ କାରବାରର ତଦନ୍ତ ଦାୟିତ୍ଵ ନେଇଥିଲା ସିବିଆଇ। ସିସୋର ମହାଘୋଟାଲାରେ ଅନେକ ରାଜନେତା, ବ୍ୟବସାୟି ଏବଂ ଓଏସ ଓ ଆଇଏଏସ୍ ଅଧିକାରୀଙ୍କ ନାଁ ସାମ୍ନାକୁ ଆସିଥିଲା। ସିସୋର ଲିଙ୍କ୍ ନେଇ ପ୍ୟାରୀମୋହନ ମହାପାତ୍ର, ରବୀନ୍ଦ୍ର ଜେନା, ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ତାଙ୍କ ପତ୍ନୀ ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ। ପ୍ରଭାତଙ୍କୁ ଚାରି ଚାରି ଥର ମାରାଥନ ଜେରାର ସମ୍ମୁଖିନ ହେବାକୁ ପଡ଼ିଥିଲା।

ଲକ୍ଷ୍ମୀ ବିଳାସୀନିଙ୍କ ନାଁରେ ଥିବା ଏକ ଜମିକୁ କିଣିବା ପାଇଁ ୨୦୧୧ରେ ସିସୋର ସହ ଡିଲ୍ ହୋଇଥିଲା। ଏହି ଜମି କିଣିବାକୁ ୨୦୧୨ ମସିହା ଏପ୍ରିଲ ମାସରେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ଲକ୍ଷ୍ମୀ ବିଳାସୀନିଙ୍କୁ ୨୫ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ। ପରେ ପ୍ରଶାନ୍ତ ଦାସ ଜମି ନେବାକୁ ମନା କରିବା ସହ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ସିସୋର ମୁଖ୍ୟଙ୍କୁ ଟଙ୍କା ଫେରାଇଥିବା କହିଥିଲେ ଲକ୍ଷ୍ମୀ ବିଳାସୀନି ବିଶ୍ଵାଳ। ସିବିଆଇ ଖୋଳତାଡ଼ ବେଳେ ଟଙ୍କା ଫେରସ୍ତର ପ୍ରମାଣ ଦେଇପାରିନଥିଲେ ବିଶ୍ଵାଳ ଦମ୍ପତି।

ଏହି ମାମଲାରେ ଗତ ୨୦୧୭ ମସିହା ସେପ୍ଟେମ୍ବର ୧୯ ତାରିଖରେ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ସିବିଆଇ। ୨୦୧୮ ମସିହା ଜୁନ ୨୭ ତାରିଖରେ ତାଙ୍କୁ ବେଲ ମିଳିଥିଲା। ଏହା ପରେ ଜୁଲାଇ ୩୦ ତାରିଖରେ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ଆକାଉଣ୍ଟରୁ ୨୫ ଲକ୍ଷ ଟଙ୍କା ଆଟାଚ୍ କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ।

Show More

Related Articles

Back to top button