
ଚଳିତ ବର୍ଷକୁ ଘୁଞ୍ଚାଇ ଦିଆଯାଇଥିବା ଅଲିମ୍ପିକ୍ସର ଆୟୋଜନ ଜାପାନର ଟୋକିଓ ଠାରେ କରାଯାଉଛି । କିନ୍ତୁ ଏବେବି ବିଶ୍ୱରେ କରୋନାର ପ୍ରଭାବ କମିବାର ନାଁ ଧରୁନାହିଁ । ଏଥି ମଧ୍ୟରେ ପ୍ରଥମ ଦେଶ ଭାବେ ଉତ୍ତର କୋରିଆ ଏହି କ୍ରୀଡ଼ାରୁ ଓହରି ଯାଇଥିବା ଜଣାପଡ଼ିଛି । ଆୟୋଜକଙ୍କ ତରଫରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଥିବା ନିଶ୍ଚିତ କରାଯାଇଛି । ଯାହାକୁ ନେଇ ସୁରକ୍ଷିତ ଭାବେ ଅଲିମ୍ପିକ୍ସ ଆୟୋଜନ ହୋଇପାରିବ ବୋଲି ଏଥିରେ କୁହାଯାଇଛି । ଏଥିରେ କୌଣସି ଆନ୍ତର୍ଜାତୀୟ ଦର୍ଶକଙ୍କୁ ଅନୁମତି ଦିଆଯିବ ନାହିଁ । ଯୌନ ପଦାର୍ଥ ନିଷେଧ ଏବଂ ୩୦ ହଜାର ଆଥଲେଟ୍ସଙ୍କୁ ଟିକା ଦିଆଯିବା ନିଶ୍ଚିତ କରାଯାଇଛି ।
କିନ୍ତୁ ସ୍କାଏ ସ୍ପୋର୍ଟସ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୫ରେ ଉତ୍ତର କୋରିଆ କ୍ରୀଡ଼ା ମନ୍ତ୍ରୀ କିମ ଇଲ ଗୁକଙ୍କ ନେତୃତ୍ୱରେ ଏକ ବୈଠକରେ ଏହି ଏସିଆ ଦେଶ ଆଗାମୀ ଖେଳରୁ ସେମାନଙ୍କ ଯୋଗଦାନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ।ଉତ୍ତର କୋରିଆର କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏକ ୱେବସାଇଟ୍ କହିଛି ଯେ, ଦେଶର ଆଥଲେଟମାନଙ୍କୁ ସୁରକ୍ଷା ଦେବା ପାଇଁ ଏହାର ଜାତୀୟ ଅଲିମ୍ପିକ୍ କମିଟି ଏହି ପଦକ୍ଷେପକୁ ଗ୍ରହଣ କରିଛି । ତେବେ ଜାପାନର ଅଲିମ୍ପିକ୍ କମିଟି ମଙ୍ଗଳବାର ଦିନ କହିଛି ଯେ, ସେମାନଙ୍କୁ ଉତ୍ତର କୋରିଆର ବୈଠକ ସମ୍ପର୍କରେ ଅବଗତ କରାଯାଇ ନାହିଁ ।