Breaking PLUSଓଡ଼ିଶାମୁଖ୍ୟ ଖବର

କୁମ୍ବିଂ ଅପରେସନରେ ଅଘଟଣ: ନିଜ ବନ୍ଧୁକରୁ ଗୁଳି ଫୁଟି ଏସଓଜି ଯବାନ ଗୁରୁତର

କୁମିଂ ଅପରେସନ ବେଳେ ଏସଓଜି ଯବାନ ଗୁରୁତର
ଜଙ୍ଗଲରେ କୁମ୍ବିଂ ଅପରେସନ ସମୟରେ ଅଘଟଣ, ଏସଓଜି ଯବାନ ଗୁରୁତର। ଗଞ୍ଜାମ-କନ୍ଧମାଳ ସୀମାନ୍ତର ସୋରଡ଼ା ନିକଟ ଜଙ୍ଗଲରେ ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, କୁମ୍ବିଂ ଅପରେସନ ଚାଲିଥିବା ବେଳେ ଅସାବଧାନତାବଶତଃ ଯବାନଙ୍କ ନିଜ ବନ୍ଧୁକରୁ ହଠାତ୍ ଗୁଳି ଫୁଟିଯାଇଥିଲା। ଏଥିରେ ଏସଓଜି ଯବାନ ସୁକାନ୍ତ ମାଝୀ ଗୁରୁତର ଆହତ ହୋଇଥିଲେ।

ପ୍ରଥମେ ତାଙ୍କୁ ସୋରଡ଼ା ଓ ପରେ ଆସିକା ଡାକ୍ତରଖାନାକୁ ନେଇଯାଇଥିଲା। ପରେ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ରେ ରାତି ପ୍ରାୟ ୯ଟା ବେଳେ ଭର୍ତ୍ତି କରାଯାଇଛି। ସିଟି ସ୍କାନ ପରେ ଚିକିତ୍ସା ଜାରି ରହିଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ଆରମ୍ଭରେ ଏହାକୁ ମାଓବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ ବୋଲି କୁହାଯାଉଥିଲେ ମଧ୍ୟ, ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଏହା ଅସାବଧାନତାବଶତଃ ନିଜ ବନ୍ଧୁକରୁ ଗୁଳି ଫୁଟିଥିବା ଘଟଣା। ଆଇଜି ଓ ବ୍ରହ୍ମପୁର ଏସପି ଏମକେସିଜିକୁ ପହଞ୍ଚି ଆହତ ଯବାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି।

ଅନ୍ୟପଟେ, ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ ଦିଗରେ ବଡ଼ ସଫଳତା ମିଳୁଥିବା କଥା ଓଡ଼ିଶା ବିଧାନସଭା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ମାଓବାଦୀଙ୍କ ସଂଖ୍ୟା କେବଳ ୯ ରେ ରହିଛି । ୨୦୨୫ ଠାରୁ ୨୭ ଜଣ ମାଓବାଦୀ ନିହତ ହୋଇଛନ୍ତି । ୭୭ ଜଣ ଆତ୍ମସମର୍ପଣ କରିଛନ୍ତି । ସମ୍ପ୍ରତି ମାଓ ନେତା ଶୁକୃ ମଧ୍ୟ ଆତ୍ମସମର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ ଆଉ ୭ ଦିନ ମଧ୍ୟରେ ଓଡ଼ିଶା ପୂର୍ଣ୍ଣରୂପେ ନକ୍ସଲମୁକ୍ତ ହେବ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button