ଆଜି ଘଟଗାଁ ମାତାରିଣୀଙ୍କର ଚଇତି ପର୍ବର ୬ଷ୍ଠ ଦିନ

କେନ୍ଦୁଝର, 14 ଏପ୍ରିଲ- ଆଜି ଘଟଗାଁ ମାତାରିଣୀଙ୍କର ୯୦ତମ ଚଇତି ପର୍ବର ୬ଷ୍ଠ ଦିନ । ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମାତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି । ଏହି ଅବସରରେ ଆଜି ସୁନାବେଶରେ ଦର୍ଶନ ଦେଉଛନ୍ତି ମା । ଯାହାକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
୧୯ଗତ ୯ ତାରିଖରୁ ଆରମ୍ଭ ହୋଗ ଏହା ଆସନ୍ତା ୧୫ ତାରିଖ ଯାଏ ଚାଲିବାକୁ ଥିବା ଏହି ପର୍ବ ପାଳନ ପାଇଁ ମନ୍ଦିର ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ରୌଦ୍ରତାପକୁ ଦୃଷ୍ଟିରେ ରଖି ମନ୍ଦିର ପରିସରକୁ ସମ୍ପୁର୍ଣ୍ଣ ରୂପେ ଚାନ୍ଦୁଆରେ ଆଚ୍ଛାଦିତ କରାଯିବା ସହ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ସମ୍ମୁଖରେ ବ୍ୟାରିକେଡ୍ ଲଗାଯାଇଛି ।
ମନ୍ଦିର ପରିସରରେ ଥିବା ସାଂସ୍କୃତିକ ମଣ୍ଡପରେ ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୫ଟା ଯାଏ ବିଭିନ୍ନ ଭକ୍ତିମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଆରମ୍ଭ ହୋଇଛି । ଏଥିସହ, ବସଷ୍ଟାଣ୍ଡରେ ଆଜି ସନ୍ଧ୍ୟା ସାଢ଼େ ୫ଟାରୁ ରାତିସାରା ଦାସକାଠିଆ, ପ୍ରବଚନ ଏବଂ ବାଦୀପାଲା ଅନୁଷ୍ଠିତ ହେଇଛି । ମନ୍ଦିରରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କୁ ମାଗଣା ଅନ୍ନପ୍ରସାଦ ସହିତ ପଣା ବଣ୍ଟନର ବ୍ୟବସ୍ଥା କରାଯାଇଛି ।



