Breaking PLUSଓଡ଼ିଶାମୁଖ୍ୟ ଖବର
ସପ୍ତାହେ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ!

ଭୁବନେଶ୍ୱର, 6 ମେ- ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଛି।
ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ବାୟୁମଣ୍ଡଳୀୟ ପରିସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଯଦି ସବୁ କିଛି ଠିକ ରହେ, ତେବେ ଚଳିତ ବର୍ଷ ପବିତ୍ର ରଜ ସମୟକୁ ଅର୍ଥାତ ଆସନ୍ତା ଜୁନ ୧୧ରୁ ୧୪ ତାରିଖ ଭିତରେ ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିବ।
ମୌସୁମୀ ବାୟୁ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଥିବାରୁ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଇବ। ଏହାର ପ୍ରଭାବରେ ମୌସୁମୀ ପ୍ରବେଶ କରିବା ପୂର୍ୱରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଗରମ ସହ ଗୁଳୁଗୁଳିର ପ୍ରକୋପ ଅଧିକ ଅନୁଭୂତ ହେବ। କିନ୍ତୁ ଏହା ସହିତ ଅନେକ ଜିଲାରେ ପ୍ରାକ-ମୌସୁମୀ ବର୍ଷା ଏବଂ କାଳବୈଶାଖୀର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ।



