Breaking PLUSଦେଶମୁଖ୍ୟ ଖବରରାଜନୀତି

ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲଡୁହୋମା

ଆଇଜଲ୍‌: ଜୋରମ୍‌ ପିପୁଲ୍ସ ମୁଭ୍‌ମେଣ୍ଟ୍‌(ଜେଡପିଏମ) ନେତା ଲାଲଡୁହୋମା ଶୁକ୍ରବାର ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ହରି ବାବୁ କମ୍ଭମପତି ରାଜଧାନୀ ଆଇଜଲସ୍ଥିତ ରାଜଭବନ ପରିସରରେ ତାଙ୍କୁ ପଦ ଓ ଗୋପନୀୟତାର ଗୋପନୀୟତାର ଶପଥପାଠ କରାଇଛନ୍ତି। ଲାଲଡୁହୋମାଙ୍କ ସହ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ, ମିଜୋରାମ ବିଧାନସଭା ନିର୍ବାଚନରେ ଜେଡପିଏମ ୪୦ରୁ ୨୭ଟି ଆସନରେ ଦମ୍‌ଦାର ବିଜୟ ହାସଲ କରି ସରକାର ଗଠନ କରିବାକୁ ସମର୍ଥ ହୋଇଛି।

Show More

Related Articles

Back to top button