Breaking PLUSମୁଖ୍ୟ ଖବରଶିକ୍ଷା

ଆଜି ସରିବ ମାଟ୍ରିକ୍ ସବଜେକ୍ଟିଭ୍ ଖାତା ମୂଲ୍ୟାୟନ

ମେ’ ଦ୍ୱିତୀୟ ସପ୍ତାହରେ ଫଳ ପ୍ରକାଶ

ଭୁବନେଶ୍ୱର: ରାଜ୍ୟରେ ଆଜି ମାଟ୍ରିକ୍ ସବଜେକ୍ଟିଭ୍ ପରୀକ୍ଷାର ଉତ୍ତର ଖାତା ମୂଲ୍ୟାୟନ ପ୍ରକ୍ରିୟା ସମାପ୍ତ ହେବ। ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିବା ଏହି ମୂଲ୍ୟାୟନ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୫୦ଟି କେନ୍ଦ୍ରରେ ଚାଲିଆସୁଥିଲା।

ବୋର୍ଡ ସୂଚନା ଅନୁସାରେ, ଫଳାଫଳ ମେ’ ମାସର ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ। ଏହି ମୂଲ୍ୟାୟନ ପାଇଁ ପ୍ରାୟ ୧୫ ହଜାର ବରିଷ୍ଠ ସବଜେକ୍ଟ ଏକ୍ସପର୍ଟ ଓ ୧୩ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା।

ଏହା ସହିତ ଏସଓଏସସି ଓ ମଧ୍ୟମା ପରୀକ୍ଷାର ଖାତା ଦେଖା ପ୍ରକ୍ରିୟା ପୂର୍ବରୁ ଶେଷ ହୋଇସାରିଛି। ତଥାପି, ଦୁଇଟି ଜିଲ୍ଲାରୁ କିଛି ଉତ୍ତର ଖାତା ବୁଧବାର ଦିନେ ମୂଲ୍ୟାୟନ କେନ୍ଦ୍ରକୁ ପହଞ୍ଚିଥିବା ସୂଚନା ମିଳିଛି।

ଚଳିତ ବର୍ଷ ମାଟ୍ରିକ୍, ଏସଓଏସସି ଓ ମଧ୍ୟମା ପରୀକ୍ଷା ମିଶି ମୋଟ ୫ ଲକ୍ଷ ୪୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ୧୦୦ ନମ୍ବରର ପରୀକ୍ଷାରୁ ୫୦ ନମ୍ବରର ଅବଜେକ୍ଟିଭ୍ ପ୍ରଶ୍ନ ଓଏମଆର ସିଟ୍‌ରେ ଥିବାରୁ ସେଥିର ମୂଲ୍ୟାୟନ ପୂର୍ବରୁ ସମାପ୍ତ ହୋଇଛି।

ମୂଲ୍ୟାୟନରେ ସ୍ୱଚ୍ଛତା ରଖିବା ପାଇଁ ପ୍ରତିଦିନ ଶିକ୍ଷକମାନେ ଖାତା ଯାଞ୍ଚ ସମାପ୍ତ କରିବା ପରେ ବୋର୍ଡ ପକ୍ଷରୁ ଦିଆଯାଇଥିବା ଅନଲାଇନ୍ ଲିଙ୍କ୍‌ରେ ମାର୍କ ଅପଲୋଡ୍ କରୁଥିବା ଜଣାପଡ଼ିଛି।

Show More

Related Articles

Back to top button