Breaking PLUSଓଡ଼ିଶାମୁଖ୍ୟ ଖବର

ନାକଟିଦେଉଳ ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ

ନାକଟିଦେଉଳ: ସମ୍ବଲପୁର ଜିଲା ରେଢାଖୋଲ ବନଖଣ୍ଡ ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଘୋଷରାମାଳ ଫରେଷ୍ଟ ସେକ୍ସନର ବୁରୋମାଳ ଜଙ୍ଗଲରୁ ସୋମବାର ସକାଳୁ ଏକ ଛୁଆହାତୀ ସହ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏହି ଘଟଣାରେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ବିଦ୍ୟୁତ୍‌ ତାର ବିଛାଇଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟଜଣେ ଫେରାର ଥିବା ଜଣାପଡିଛି। ସୋମବାର ସକାଳୁ ବୁରୋମାଳ ଜଙ୍ଗଲ ନିକଟସ୍ଥ ଚାଷଜମିରେ ୩ ହାତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ବନ କର୍ମଚାରୀ ପହଞ୍ଚି ୩ ମୃତଦେହ ଜବତକରି ତଦନ୍ତ କରିଥିଲେ।

Show More

Related Articles

Back to top button