Breaking PLUSଓଡ଼ିଶାମୁଖ୍ୟ ଖବର

ଏପ୍ରିଲ ୧ରୁ ଓଡ଼ିଶାରେ ନୂଆ ଅବକାରୀ ନୀତି

ଓଡ଼ିଶାରେ ଏପ୍ରିଲ ୧ରୁ ନୂଆ ତ୍ରୈବାର୍ଷିକ ଅବକାରୀ ନୀତି ଲାଗୁ ହେବ। ୨୦୨୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବାକୁଥିବା ଏହି ନୀତି ସମ୍ପର୍କରେ ବିଧାନସଭାରେ ସୂଚନା ଦେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ମଦ ବ୍ୟବସ୍ଥାକୁ ଅଧିକ ନିୟନ୍ତ୍ରଣ ସହ ନିଶାମୁକ୍ତି ଉପରେ ଜୋର ଦିଆଯିବ।

ନୂଆ ନୀତି ଅନୁସାରେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ଚାରିପାଖରେ ମଦ ଦୋକାନ ନିଷେଧ ହେବ। ସମଗ୍ର ରାଜ୍ୟରେ ମଦର ହୋମ୍ ଡେଲିଭରି ବନ୍ଦ କରାଯାଇଛି ଏବଂ କୌଣସି ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ।

ସେହିପରି ୦.୫% ‘ଡି-ଆଡିକ୍ସନ ସେସ୍’ ଲାଗୁ ହେବା ସହ ପ୍ରତିବର୍ଷ ଲାଇସେନ୍ସ ଶୁଳ୍କ ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ। ଏହା ଫଳରେ ମଦ ଦର ବୃଦ୍ଧି ପାଇବ। ସେସ୍‌ରୁ ଆସୁଥିବା ଅର୍ଥ ନିଶାମୁକ୍ତି କେନ୍ଦ୍ର ପାଇଁ ବ୍ୟୟ କରାଯିବ।

ଏହାସହ ମଦ ବ୍ୟବସାୟରେ ‘ଏମଜିକ୍ୟୁ’ ବ୍ୟବସ୍ଥାକୁ ହଟାଇ ‘ଏମଜିଇଆର’ ପ୍ରଣାଳୀ ଲାଗୁ କରାଯିବା ସହ ସିସିଟିଭି ଓ ‘ଟ୍ରାକ୍ ଆଣ୍ଡ ଟ୍ରେସ୍’ ବ୍ୟବସ୍ଥା ମାଧ୍ୟମରେ ନିୟନ୍ତ୍ରଣ କଠୋର କରାଯିବ। ଏହି ନୂଆ ନୀତିକୁ ରାଜ୍ୟରେ ନିୟନ୍ତ୍ରିତ ମଦ ବ୍ୟବସ୍ଥା ଓ ନିଶାମୁକ୍ତ ସମାଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button