Breaking PLUSଓଡ଼ିଶାମୁଖ୍ୟ ଖବର

ଭରତପୁର ଥାନାରେ ନୂଆ ଆଇଆଇସିଙ୍କ ପୂଜାପାଠ

ଭୁବନେଶ୍ୱର- ଭରତପୁର ଥାନାରେ ନୂଆ ଆଇଆଇସି କଲେ ପୂଜାପାଠ । ସ୍ବତନ୍ତ୍ର ପୂଜାର ଆୟୋଜନ କଲେ ନୂଆ ଆଇଆଇସି ଦୀପକ ଖଣ୍ଡାୟତରାୟ । ନୂଆ ଜଏନ୍‌ କଲି, ମାନସିକ ଶାନ୍ତି ପାଇଁ ପୂଜା କରୁଥିବା କହିଲେ ଆଇଆଇସି ଦୀପକ ଖଣ୍ଡାୟତରାୟ । ପୂଜାପାଠ ସହ ଥାନା ଗେଟ୍‌ରେ ଲଙ୍କାଲେମ୍ବୁ ଝୁଲାଇଲେ ମଧ୍ୟ ଆଇଆଇସି ।

ଏପଟେ ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ହେଲା ବାରଣ । ସମସ୍ତ ଥାନାର ସିସିଟିଭି ସ୍ଥିତି ଜଣାଇବାକୁ ଏଡିଜିଙ୍କୁ  ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏଡିଜି ଆଧୁନିକୀକରଣଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମାମଲାର ତଦନ୍ତର ଅନୁଧ୍ୟାନ ପାଇଁ ମନା କଲେ ହାଇକୋର୍ଟ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button