Breaking PLUSଓଡ଼ିଶାମୁଖ୍ୟ ଖବର

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର, 11 ମେ- ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର ଶ୍ରୀଲଙ୍କା ଉପକୂଳ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ, ଲଘୁଚାପ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ତେବେ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ତଥ୍ୟ ରଖୁଛନ୍ତି। ଅଧିକାଂଶ ମଡେଲ ବଙ୍ଗୋପସାଗରରେ ସିଷ୍ଟମ ଅଧିକ ଘନୀଭୂତ ହେବ ନାହିଁ ବୋଲି ଆକଳନ କରୁଛନ୍ତି। ଯଦିଓ ବାତ୍ୟା ନେଇ କୌଣସି ସ୍ପଷ୍ଟ ଚିତ୍ର ନାହିଁ, ତଥାପି ଏହି ସିଷ୍ଟମ୍‌ ପ୍ରଭାବରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପକୂଳରେ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବିଶେଷକରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା, ବଜ୍ରପାତ ଓ ପବନ ବହିପାରେ ବୋଲି ସୂଚନା ଦିଆଯାଇଛି।

Show More

Related Articles

Back to top button