Breaking PLUSଓଡ଼ିଶାମୁଖ୍ୟ ଖବର
ଦେଶରେ ଜନଗଣନା ସଫଳତାରେ କରିବାରେ ଓଡ଼ିଶା ୧ ନମ୍ବର ହେବ- ସୁରେଶ ପୂଜାରୀ

ଭୁବନେଶ୍ୱର, 11 ମେ- ରାଜ୍ୟରେ ଘରଗଣନା ନେଇ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ଓଡ଼ିଶାରେ ୯୦ ପ୍ରତିଶତରୁ ଅଧିକ ଘରଗଣନା କାମ ଶେଷ ହୋଇଗଲାଣି । କୋରାପୁଟରେ ୯୦%, କୋଟିଆରେ ଶତ ପ୍ରତିଶତ ଘରଗଣନା ଶେଷ ହୋଇଛି । ଆନ୍ଧ୍ର ବହୁତ ପଛରେ, କେବଳ ହଟଚମଟ ପାଇଁ ପ୍ରୟାସ କରୁଛନ୍ତି । ଗଜପତି ଓ ବାଲେଶ୍ୱର ସୀମାନ୍ତବର୍ତ୍ତୀ ଜ଼ିଲ୍ଲାରେ ବି ଘରଗଣନା ସରିଛି । ଦେଶରେ ଜନଗଣନା ସଫଳତାରେ କରିବାରେ ଓଡ଼ିଶା ୧ ନମ୍ବର ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ଏପ୍ରିଲ 1ରୁ ଆରମ୍ଭ ହୋଇଛି ଜନଗଣନା । ଦୁଇଟି ପର୍ଯ୍ୟାୟରେ ଚାଲିଛି ପ୍ରକ୍ରିୟା । ପ୍ରଥମେ ଘର ଗଣନା । ତା ପରେ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ଏଥର ପ୍ରଥମ ଥର ପାଇଁ ଡିଜିଟାଲ ଜନଗଣନା କରାଯାଇଛି।



