ମୁଖ୍ୟ ଖବରଶିକ୍ଷା

 ମେ’ ୪ରୁ ଓଜେଇଇ ଆରମ୍ଭ: ୩ ସିଫ୍ଟରେ ସିବିଟି ମୋଡରେ ପରୀକ୍ଷା

ଭୁବନେଶ୍ୱର: Odisha Joint Entrance Examination-୨୦୨୬ ପରୀକ୍ଷା ଆସନ୍ତା ମେ’ ୪ ତାରିଖରୁ ଆରମ୍ଭ ହେବ ଏବଂ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ୩ଟି ସିଫ୍ଟରେ କମ୍ପ୍ୟୁଟର ବେସଡ୍ ଟେଷ୍ଟ (CBT) ମୋଡରେ ପରୀକ୍ଷା ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା, ଦ୍ୱିତୀୟ ସିଫ୍ଟ ଦୁପର ୧ଟାରୁ ୩ଟା ଏବଂ ତୃତୀୟ ସିଫ୍ଟ ସାଂଝ ୪.୩୦ରୁ ୬.୩୦ ପର୍ଯ୍ୟନ୍ତ ହେବ। ଆଡମିଟ୍ କାର୍ଡ ଆଧିକାରିକ ୱେବସାଇଟରେ ଉପଲବ୍ଧ ରହିଛି।

ବିଜ୍ଞପ୍ତି ଅନୁସାରେ, ମେ’ ୪ ତାରିଖରେ ସମସ୍ତ ସିଫ୍ଟରେ ବେସିକ୍ ବିଏସ୍‌ସି ନର୍ସିଂ ପରୀକ୍ଷା ହେବ। ୫ ତାରିଖରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏହି ପରୀକ୍ଷା ଏବଂ ତୃତୀୟ ସିଫ୍ଟରେ ବି.ଫାର୍ମା ପରୀକ୍ଷା ରହିଛି। ୬ ତାରିଖରେ ସମସ୍ତ ସିଫ୍ଟରେ ବି.ଫାର୍ମା ପରୀକ୍ଷା ହେବ।

୭ ତାରିଖରେ ପ୍ରଥମ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ ଏମ୍‌ବିଏ ଓ ଏମ୍‌ଏସ୍‌ସି ନର୍ସିଂ ପରୀକ୍ଷା, ଦ୍ୱିତୀୟ ଓ ତୃତୀୟ ସିଫ୍ଟରେ ଏମ୍‌ବିଏ ପରୀକ୍ଷା ହେବ। ୮ ତାରିଖରେ ସମସ୍ତ ସିଫ୍ଟରେ ଏଲ୍‌ଇ ଟେକ୍ (ଡିପ୍ଲୋମା) ପରୀକ୍ଷା ରହିଛି।

୯ ତାରିଖରେ ପ୍ରଥମ ସିଫ୍ଟରେ ଏଲ୍‌ଇ ଟେକ୍, ଦ୍ୱିତୀୟ ସିଫ୍ଟରେ ଏମ୍‌ସିଏ/ଏମ୍‌ଏସ୍‌ସି (କମ୍ପ୍ୟୁଟର ସାଇନ୍ସ) ଏବଂ ତୃତୀୟ ସିଫ୍ଟରେ ଏମ୍‌ସିଏ/ପୋଷ୍ଟ ବେସିକ୍ ବିଏସ୍‌ସି ନର୍ସିଂ ପରୀକ୍ଷା ହେବ।

୧୦ ତାରିଖରେ ପ୍ରଥମ ସିଫ୍ଟରେ ଏମ୍‌ଫାର୍ମା, ଏମ୍‌ଆର୍କ, ଏମ୍‌ପ୍ଲାନ୍‌, ଏମ୍‌ଟେକ୍‌ ଓ ଏଲ୍‌ଇ ଟେକ୍ (ବିଏସ୍‌ସି) ପରୀକ୍ଷା ହେବାକୁଥିବାବେଳେ ଦ୍ୱିତୀୟ ସିଫ୍ଟରେ ପୋଷ୍ଟ ବେସିକ୍ ଡିପ୍ଲୋମା ନର୍ସିଂ, ବିସାଟ୍‌ ଓ ଏଲ୍‌ଇ ଫାର୍ମା ପରୀକ୍ଷା ହେବ।

ପରୀକ୍ଷାର୍ଥୀମାନଙ୍କୁ ସମୟମଧ୍ୟରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରି ନିର୍ଦ୍ଦିଷ୍ଟ ସମୟରେ କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି।

Show More

Related Articles

Back to top button