
ସୁନ୍ଦରଗଡ଼:ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅଧୀନ କଦମଡିହି ଗାଁରେ ସୋମବାର ରାତିରେ ଏକ ଦୁଃଖଦ ଓ ଚମକଦାର ଘଟଣା ଘଟିଛି। ପୁଅର ଆକ୍ରମଣରେ ପିତାଙ୍କ ମୃତ୍ୟୁ ଘଟିଥିବାବେଳେ ମା’ ଗୁରୁତର ଆହତ ହୋଇଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରଥମେ ହଠାତ୍ କ୍ରୋଧରେ ମା’ଙ୍କୁ ଆକ୍ରମଣ କରିଥିଲେ। ମା’ଙ୍କ ଚିତ୍କାର ଶୁଣି ପିତା ତାଙ୍କୁ ରକ୍ଷା କରିବାକୁ ଆସିଥିବାବେଳେ ଅଭିଯୁକ୍ତ ସେମାନଙ୍କ ଉପରେ ମଧ୍ୟ ଠେଙ୍ଗାରେ ଆକ୍ରମଣ କରିଥିଲେ।
ଏହି ଆକ୍ରମଣରେ ପିତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମା’ ଗୁରୁତର ଆହତ ହୋଇଥିବା ସହ ତାଙ୍କ ହାତ ଭାଙ୍ଗିଯାଇଥିବା ସୂଚନା ମିଳିଛି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ପରେ ଅଭିଯୁକ୍ତ ଫେରାର୍ ଅଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସହ ଅଭିଯୁକ୍ତଙ୍କ ଖୋଜାଖୋଜି ଜାରି ରଖିଛି।



