ଦୁଗ୍ଧ ଚାଷୀଙ୍କ ପାଇଁ ଖୁସିଖବର:ଓମଫେଡ ପକ୍ଷରୁ ଲିଟର ପିଛା ୧ ଟଙ୍କା ବୃଦ୍ଧି

ଭୁବନେଶ୍ୱର: ଓଡିଶାର ଦୁଗ୍ଧ ଚାଷୀମାନଙ୍କ ପାଇଁ ବଡ଼ ସ୍ୱସ୍ତି ଖବର। ଓଡିଶା ରାଜ୍ୟ ସହକାରୀ ଦୁଗ୍ଧ ଉତ୍ପାଦକ ସଂଘ ଓମଫେଡ ଦୁଗ୍ଧ କ୍ରୟ ମୂଲ୍ୟରେ ଲିଟର ପିଛା ୧ ଟଙ୍କା ବୃଦ୍ଧି ଘୋଷଣା କରିଛି।
ନୂତନ ଦର ଆଜି, ମେ’ ୧ ତାରିଖରୁ ଲାଗୁ ହୋଇଛି। ଏବେ ଚାଷୀମାନେ ପ୍ରତି ଲିଟର ଦୁଗ୍ଧ ପାଇଁ ୩୯.୦୫ ଟଙ୍କା ପାଇବେ, ଯାହା ପୂର୍ବରୁ ୩୮.୦୫ ଟଙ୍କା ଥିଲା।
ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ଲାଗାତାର ବଢ଼ୁଥିବାରୁ ଏହି ସିଦ୍ଧାନ୍ତ ନିଆଯାଇଛି। ପଶୁ ଖାଦ୍ୟ, ଘାସ, ଔଷଧ ଓ ଅନ୍ୟାନ୍ୟ ଖର୍ଚ୍ଚ ବଢ଼ିବାକୁ ନେଇ ଚାଷୀମାନେ ଦୀର୍ଘଦିନ ଧରି ମୂଲ୍ୟ ବୃଦ୍ଧି ଦାବି କରୁଥିଲେ।
ଓମଫେଡ କର୍ତ୍ତୃପକ୍ଷ କହିଛନ୍ତି, ଏହି ବୃଦ୍ଧି ଦୁଗ୍ଧ ଚାଷୀଙ୍କ ଆୟ ବଢ଼ାଇବା ସହିତ ତାଙ୍କୁ ଆର୍ଥିକ ସହାୟତା ଦେବ। ସଂଘ ପକ୍ଷରୁ ଚାଷୀମାନଙ୍କ ଉନ୍ନତି ଓ ଦୁଗ୍ଧ ଖାତିର ସ୍ଥାୟୀ ବିକାଶ ପାଇଁ ପଦକ୍ଷେପ ନେଇ ଯାଇଥିବା କୁହାଯାଇଛି।
ମେ’ ୧ ଶ୍ରମିକ ଦିବସ ଅବସରରେ ଏହି ଘୋଷଣାକୁ ଗ୍ରାମୀଣ ଅର୍ଥନୀତି ଓ ଦୁଗ୍ଧ ଚାଷୀ ପରିବାରମାନଙ୍କ ପାଇଁ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି।



