Breaking PLUSଓଡ଼ିଶାମୁଖ୍ୟ ଖବର
ଜଳିଗଲା OSRTC ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜୟପୁର: ଜଳିଗଲା OSRTC ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବସ୍ଟି ବିଜୟନଗରମରୁ ଜୟପୁର ଅଭିମୁଖେ ଯାତ୍ରା କରୁଥିଲା ।ସାଲୁର ନିକଟରେ ସର୍ଟ ସର୍କିଟ ଯୋଗୁଁ ବସ୍ରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
ବସ୍ଟି ବିଶାଖାପାଟଣାରୁ ବାହାରି ଜୟପୁର ଅଭିମୁଖେ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସ୍ଟି ହୁତୁହୁତୁ ହୋଇ ଜଳି ଯାଇଥିଲା। ଘଟଣା ସ୍ଥଳରେ ଆନ୍ଧ୍ର ସାଲୁର ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହିତ ତଦନ୍ତ ଆରମ୍ଭ କରିଛି। ବସ୍ଟି ସମ୍ପୂର୍ଣ୍ଣ ଜଳିଯାଇଛି, କିନ୍ତୁ କୌଣସି ଜୀବନହାନି ଘଟି ନାହିଁ।



