Breaking PLUSଦେଶମୁଖ୍ୟ ଖବରରାଜନୀତି

ପଶ୍ଚିମବଙ୍ଗ ଓ ତାମିଲନାଡୁ ବିଧାନସଭା ନିର୍ବାଚନରେ ଭୋଟ ଦେବାକୁ ପିଏମ ମୋଦିଙ୍କ ଅପିଲ

ନୂଆଦିଲ୍ଲୀ, 23 ଏପ୍ରିଲ- ଆଜି ପଶ୍ଚିମବଙ୍ଗ ଓ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ଅବସରରେ ଭୋଟରଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ପରିମାଣରେ ମତଦାନ କରିବାକୁ ଅପିଲ କରିଛନ୍ତି ପିଏମ ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆଜି ଅନୁଷ୍ଠିତ ହେଉଛି। ମୁଁ ସମସ୍ତ ନାଗରିକଙ୍କୁ ଆହ୍ୱାନ କରୁଛି ଯେ, ଗଣତନ୍ତ୍ରର ଏହି ପର୍ବରେ ସମ୍ପୂର୍ଣ୍ଣ ଉତ୍ସାହ ସହିତ ଅଂଶଗ୍ରହଣ କରନ୍ତୁ। ବିଶେଷକରି ମୋର ଯୁବ ସାଥୀମାନେ ଏବଂ ପଶ୍ଚିମ ବଙ୍ଗର ମହିଳାମାନଙ୍କୁ ମୁଁ ଅନୁରୋଧ କରୁଛି ଯେ, ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ।

ତାମିଲନାଡୁ ବିଧାନସଭା ନିର୍ବାଚନରେ ଭୋଟ ଦେବାକୁ ଭୋଟରମାନଙ୍କୁ ପିଏମ ମୋଦି ଅପିଲ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାମିଲନାଡୁରେ ବିଧାନସଭା ନିର୍ବାଚନ ହେଉଥିବା ସମୟରେ, ମୁଁ ସମସ୍ତ ମତଦାତାଙ୍କୁ ଗଣତନ୍ତ୍ରର ଏହି ପବିତ୍ର କର୍ତ୍ତବ୍ୟରେ ଉତ୍ସାହପୂର୍ଣ୍ଣ ଭାବରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରୁଛି। ବିଶେଷକରି ତାମିଳନାଡୁର ଯୁବମାନେ ଏବଂ ମହିଳାମାନଙ୍କୁ ମୁଁ ଅନୁରୋଧ କରୁଛି ଯେ, ରେକର୍ଡ ସଂଖ୍ୟାରେ ଭୋଟ ଦିଅନ୍ତୁ।

Show More

Related Articles

Back to top button