Breaking PLUSଦେଶମୁଖ୍ୟ ଖବର
ହ୍ୟାଟ୍ରିକ କରିବେ ପିଏମ ମୋଦି, ଏଥର 4ଶହ ପାର୍-ଅନୁରାଗ ଠାକୁର

ନୂଆଦିଲ୍ଲୀ, 10 ଫେବୃଆରୀ – ବଜେଟ୍ ଅଧିବେଶନର ଅନ୍ତିମ ଦିନରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଶନିବାର ସଂସଦରେ ସାଫ୍ରାନ ରଙ୍ଗରେ ନଜର ଆସିଥିଲେ । ସେ ସାଫ୍ରନ ରଙ୍ଗର ଏକ ହୁଡି ପିନ୍ଧିଥିଲେ, ଯେଉଁଥିରେ ନମୋ ହ୍ୟାଟ୍ରିକ ଲେଖାଯାଇଥିଲା । କେନ୍ଦ୍ର ମିଡିଆ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଏଥର ହ୍ୟାଟ୍ରିକ କରିବେ ଏବଂ ଭାରତକୁ ଦୁନିଆର ତୃତୀୟ ସବୁଠୁ ବଡ ଅର୍ଥବ୍ୟବସ୍ଥା କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।
ସେ କହିଥିଲେ, ଏଥର ନରେନ୍ଦ୍ର ମୋଦି ତୃତୀୟ ଥର ନିର୍ବାଚିତ ହୋଇଆସିଲେ ଦେଶର ଗରିବଙ୍କ କଲ୍ୟାଣ କରିବେ । ଲୋକସଭା ନିର୍ବାଚନ ବିଷୟରେ ଅନୁରାଗ ଠାକୁର କହିଛନ୍ତି ଯେ, ପାର୍ଟି ଗରିବଙ୍କ କଲ୍ୟାଣ ଓ ଦେଶର ବିକାଶକୁ ନେଇ ଜନତାଙ୍କ ପାଖକୁ ଯିବ । ଅନୁରାଗ ଠାକୁର କହିଛନ୍ତି ରାମମନ୍ଦିର ଆମ ପାଇଁ ଆସ୍ଥାର କେନ୍ଦ୍ର ଥିଲା ଏବଂ ରହିବ ମଧ୍ୟ । ରାମଙ୍କ ଆଶୀର୍ବାଦ ପ୍ରଥମେ ଥିଲା, ଆଗକୁ ବି ରହିବ । ଆମେ ତାରିଖ ଘୋଷଣା କରିଥିଲୁ ଏବଂ ରାମମନ୍ଦିର ନିର୍ମାଣ କରିଥିଲୁ ।



