Breaking PLUSଓଡ଼ିଶାମୁଖ୍ୟ ଖବର

ପୁରୀ- ଧ୍ୱଜା ବନ୍ଧା ରସିଦ୍‌ ଜାଲିଆତି ଘଟଣାରେ ଛତାର ସେବକ ନିଲମ୍ବିତ

ପୁରୀ: ଧ୍ୱଜା ବନ୍ଧା ରସିଦ୍‌ ଜାଲିଆତି ଘଟଣାରେ ଛତାର ସେବକ ନିଲମ୍ବିତ । ୬ ମାସ ଯାଏଁ ଛତାରସେବକ ରଞ୍ଜିତ କର ନିଲମ୍ବିତ ହୋଇଛନ୍ତି । ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  । ହାଇଦ୍ରାବାଦର ଜଣେ ଭକ୍ତଙ୍କୁ ୧୪ ହାତି ଧ୍ୱଜାର ଜାଲ ରସିଦ ଦେଇଥିଲେ ।

ଏଠାରେ ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ପାଇଁ ଜାଲିଆତି କରି ଭକ୍ତଙ୍କୁ ଠକେଇ ଅଭିଯୋଗ ହୋଇଥିଲା । ଜାଲ୍ ରସିଦ୍ ଦେଖାଇ ଧ୍ୱଜା ବାନ୍ଧିବାକୁ ଉଦ୍ୟମ କରୁଥିବା ବେଳେ ଶ୍ରୀମନ୍ଦିର ସୁପରଭାଇଜର ଏହାକୁ ଧରିଥିଲେ। ଏହି ଘଟଣାରେ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଥିବା ବେଳେ ସମ୍ପୃକ୍ତ ସେବାୟତଙ୍କୁ କୈଫିୟତ୍ ତଲବ କରାଯାଇଥିଲା ।

Show More

Related Articles

Back to top button