Breaking PLUSଓଡ଼ିଶାମୁଖ୍ୟ ଖବର
ଶ୍ରୀବିହାର ସ୍ଥିତ ବାଦଶାହା ଆପାର୍ଟମେଣ୍ଟରେ ନିଆଁ

ଭୁବନେଶ୍ୱର- ଚନ୍ଦ୍ରଶେଖରପୁର ଶ୍ରୀବିହାର ସ୍ଥିତ ବାଦଶାହା ଆପାର୍ଟମେଣ୍ଟରେ ନିଆଁ । ସର୍ଟସର୍କିଟରୁ ଲିଫ୍ଟରେ ନିଆଁ ଲାଗି ଚାହୁଁ ଚାହୁଁ ପୂରା ପରିସର ହୋଇଯାଇଥିଲା ଧୂଆଁମୟ।
ତେବେ ଧୂଆଁ ପାଇଁ ଲିଫ୍ଟ ଭିତରେ ଫଶି ରହିଥିଲେ ଦୁଇଜଣ। ପରେ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିବା ସହ ଲିଫ୍ଟ ଭିତରୁ ଦୁଇଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।
ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।



