Breaking PLUSଓଡ଼ିଶାମୁଖ୍ୟ ଖବର
ଆଜି ସ୍କୁଲ୍ ଛୁଟି ନେଇ ନିଷ୍ପତ୍ତି- ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, 23 ଏପ୍ରିଲ- ଆଜି ସ୍କୁଲ୍ ଛୁଟି ନେଇ ନିଷ୍ପତ୍ତି । ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଏସ୍ଆରସିଙ୍କ ସହ ବୈଠକ ପରେ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ ।
ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ତାପମାତ୍ରା ବଢୁଥିବା ବେଳେ ୧୮ରୁ ଅଧିକ ଜିଲ୍ଲାରେ ସ୍କୁଲ୍ ଛୁଟି ହେଲାଣି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ତେବେ ଏସ୍ଆରସିଙ୍କ ସହ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ତେଣୁ ଖୁବ ଶୀଘ୍ର ପୂରା ରାଜ୍ୟରେ ସ୍କୁଲ ଛୁଟି ନେଇ ନିଷ୍ପତି ନିଆଯିବ ।



