ଦେଶ ବିଦେଶସ୍ୱତନ୍ତ୍ର

ରୁଷିଆର ସେନା ଶିବିର ଉପରେ ଆତଙ୍କବାଦୀଙ୍କ ଗୁଳିଚାଳନା

ଦୀର୍ଘଦିନ ପୂରିଥିଲେ ମଧ୍ୟ ଥମିବାର ନାଁ ନେଉନାହିଁ ଋଷିଆ-ୟୁକ୍ରେନ୍ ଯୁଦ୍ଧ । ଦିନକୁଦିନ ଭୟଙ୍କର ହେଉଛି ସ୍ଥିତି । ଗୋଟେପଟେ ଋଷ ସେନାଙ୍କ ସହ ନାଟୋ ସେନାଙ୍କର ମୁହାଁମୁହିଁ ହେଲେ ବିଶ୍ୱ ପାଇଁ ବିପଦ ସୃଷ୍ଟି ହେବ ବୋଲି ଭ୍ଲାଦିମିର ପୁଟିନ ଚେତାବନୀ ଦେଇଥିଲା ବେଳେ ଅନ୍ୟପଟେ ଶନିବାର ରୁଷିଆର ସେନା ଶିବିର ଉପରେ ‘ଆତଙ୍କବାଦୀ’ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨ ଜଣ ଆକ୍ରମଣକାରୀ ୟୁକ୍ରେନ୍ ନିକଟରେ ସେନା ଫାୟରିଂ ରେଞ୍ଜରେ ଗୁଳି ଚଳାଇଥିଲେ । ଏଥିରେ ୧୧ ଜଣଙ୍କ ମୃତ୍ୟୁ ହେବା ସହ ୧୫ ଆହତ ହୋଇଛନ୍ତି । ସେହିପରି ସେନାଙ୍କ ପାଲଟା ଆକ୍ରମଣରେ ୨ ଜଣ ଆକ୍ରମଣକାରୀ ନିହତ ହୋଇଛନ୍ତି । ଏହି ୨ ଆକ୍ରମଣକାରୀଙ୍କୁ ସ୍ୱୟଂସେବି ସେନା ବୋଲି କୁହାଯାଉଛି, ଏମାନଙ୍କର ସମ୍ପର୍କ ଅଜ୍ଞାତ ପୂର୍ବ ସୋଭିଏତ ରାଷ୍ଟ୍ର ସହ ରହିଛି ।

Show More

Related Articles

Back to top button