Breaking PLUSଦୁର୍ଘଟଣାମୁଖ୍ୟ ଖବରସ୍ୱାସ୍ଥ୍ୟ

ରାସ୍ତା କଡରେ ଥିବା ପାଣି ଟ୍ୟାଙ୍କରକୁ ପଛପଟୁ ପିଟିଲା କାର୍, ଜଣେ ମୃତ ଦୁଇ ଜଣ ଗୁରୁତର

ଭଦ୍ରକ: ରାସ୍ତା କଡରେ ଛିଡା ହୋଇଥିବା ପାଣି ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଦୁଇଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ଜଳେଶ୍ୱର ଅଞ୍ଚଳର ମହାରାଣୀ ପ୍ରଧାନ । ୧୬ ନଂ ଜାତୀୟ ରାଜପଥ ଚରମ୍ପା ନିକଟରେ ଏଭଳି ଏକ ଦୁର୍ଘଟଣା ଘଟିଛି । ସୂଚନାଯୋଗ୍ୟ କି, ଭଦ୍ରକ ଜିଲ୍ଲା ଚରମ୍ପା ନିକଟରେ ରାସ୍ତା କଡରେ ପାଣି ଟ୍ୟାଙ୍କରଟି ଛିଡା ହୋଇଥିଲା । ଭୁବନେଶ୍ୱର ଆଡୁ ଏକ କାର୍ ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସ୍ୟାମ ହରାଇ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଏପରିକି କାରର ସମ୍ମୁଖ ଭାଗ ଟ୍ରକ୍ ଭିତରକୁ ପଶି ଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ପହଞ୍ଚି କାର୍ ମଧ୍ୟରେ ଥିବା ତିନି ଜଣଙ୍କୁ ଉଦ୍ଧାର କରିଥିଲେ । ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି । ଅଗ୍ନିଶମ ବାହିନୀ ଦୀର୍ଘ ସମୟ ଚେଷ୍ଟା କରିବା ପରେ କାର୍ ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରିଥିଲେ । ପରେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତରମାନେ ଜଳେଶ୍ୱର ଅଞ୍ଚଳର ବୋଲି ଅନୁମାନ କରାଯାଉଛି ।

Show More

Related Articles

Back to top button