
କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଟିମ୍ ୧୯୮୩ ମସିହାରେ ବିଶ୍ୱକପ୍ ହାସଲ କରି ଭାରତ ପାଇଁ ଗର୍ବ ଗୌରବ ଆଣିଥିଲା । ଏହି ଐତିହାସିକ ବିଜୟୀ ଉପରେ କବୀର ଖାନ୍ ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଯାହାର ନାଁ ରହିଛି ‘୮୩’। ଏହା ଡିସେମ୍ବର ୨୪ ତାରିଖରେ ଫିଲ୍ମ ‘୮୩’ ପରଦାକୁ ଆସିବ ।
ଏହାକୁ ନେଇ ଦର୍ଶକଙ୍କ ମନରେ ଖୁବ୍ ଉତ୍ସାହ ବଢି ଯାଇଛି । ହେଲେ ଏହି ଫିଲ୍ମର ରିଲିଜ୍କୁ ନେଇ ଦିଲ୍ଲୀ ସରକାର ଘୋଷଣା କରି କହିଛନ୍ତି ଯେ ରଣବୀର ସିଂହଙ୍କ ଅଭିନୀତ ବଲିଉଡ୍ ଫିଲ୍ମ ‘୮୩’କୁ ଦିଲ୍ଲୀରେ କର ମୁକ୍ତ ତଥା ଟ୍ୟାକ୍ସ ଫ୍ରି କରାଯିବ । ଦିଲ୍ଲୀରେ ‘୮୩’ ପାଇଁ କୌଣସି ଟ୍ୟାକ୍ସ ଆଦାୟ କରାଯିବ ନାହିଁ ବୋଲି କେଜ୍ରିଓ୍ଵାଲ ସରକାର ଘୋଷଣା କରିଛନ୍ତି ।
ନିର୍ଦ୍ଦେଶକ କବୀର ଖାନ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘୮୩’ ଭାରତର ଐତିହାସିକ ୧୯୮୩ କ୍ରିକେଟ୍ ବିଶ୍ୱ କପ୍ ବିଜୟୀ ଉପରେ ଆଧାରିତ । ଏହି ଫିଲ୍ମରେ ନିଜ ଅଭିନୟ ବିଷୟରେ ଆଲୋଚନା କରିବା ନେଇ ରଣବୀର ସିଂହ କହିଛନ୍ତି, କପିଲ ଦେବଙ୍କ ଭଳି ବ୍ୟାଟିଂ କରିବା ତାଙ୍କ ଜୀବନର ସବୁଠାରୁ କଷ୍ଟକର କାମ ଥିଲା । ଯେଉଁଥିପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା । ୮୩ରେ ରଣବୀରଙ୍କ ସହ ଦୀପିକା ପାଦୁକୋନ୍ କପିଲ ଦେବଙ୍କ ପତ୍ନୀ ରୋମୀ ଭୂମିକାରେ ନଜର ଆସିବେ। ତେବେ ଡିସେମ୍ବର ୨୪ରେ ଫିଲ୍ମ ୮୩ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟଲମ୍ ଭାଷାରେ ବଡ଼ ପରଦାକୁ ଆସିବ ।