ବ୍ୟକ୍ତିତ୍ୱସ୍ୱତନ୍ତ୍ରସ୍ୱାସ୍ଥ୍ୟ
ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ହୋଇଥାଏ ଏହି ଫଳ

ଭୁବନେଶ୍ୱର: ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବା ଲୋକେ ଏଣୁତେଣୁ ଜିନିଷ ଖାଇଥାନ୍ତି ଯାହାକି, ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ । ଆମେମାନେ ଦୈନିକ କିଛି ଫଳ ଖାଇବା ନିହାତି ଜରୁରୀ। କାରଣ ଏହି ଫଳରେ ଥିବା ତତ୍ତ୍ୱ ସଂକ୍ରମଣ ରୋଗ ଦାଉରୁ ଆମକୁ ରକ୍ଷା କରିଥାଏ। ଜାଣନ୍ତୁ ସେ ଫଳ ସମ୍ପର୍କରେ, ଯାହାକୁ ସଂକ୍ରମଣରୁ ରକ୍ଷା ପାଇଁ ଖାଇବା ଜରୁରୀ ହୋଇଥାଏ। ଜାମୁ କୋଳି ସମସ୍ତେ ଖାଇବା ଉଚିତ। କାହିଁକି ନା ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ମହୌଷଧି। ଏଥିରେ ଆଇରନ, ପୋଟାସିୟମ ଓ ଭିଟାମିନ ରହିଛି। ଏହା ସଂକ୍ରମଣରୁ ମୁକ୍ତି ଦେଇଥାଏ। ନାସ୍ପାତି ଫଳ ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ। ଏଥିରେ ଭରପୂର ମାତ୍ରାରେ ଭିଟାମିନ ସି ମିଳିଥାଏ। ଅନେକ ସଂକ୍ରମଣରୁ ରକ୍ଷା ଦେଇଥାଏ। ପିଚ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ସଂକ୍ରମଣରୁ ରକ୍ଷା କରେ। ଡାଳିମ୍ବ ଜୁସ ଶରୀର ପାଇଁ ଅଧିକ ଫଳପ୍ରଦ ହୋଇଥାଏ।