Breaking PLUSଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବର
ଆଜି ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ
ଭୁବନେଶ୍ୱର ଏମ୍ସରେ ସୁଶାସନ ଦିବସ ପାଳିତ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୮ ଜନ୍ମ ଜୟନ୍ତୀ । ଭୁବନେଶ୍ୱର ଏମ୍ସ ପରିସରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱର ଏମ୍ସର ଡିନ୍ ଦେବାଶିଷ ହୋତାଙ୍କ ସମେତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିଜେପିର ଅନ୍ୟାନ୍ୟ ବରିଷ୍ଠ ନେତା-କର୍ମୀ ଯୋଗଦେଇଛନ୍ତି । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ଅଟଳଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ ସହ ସେଠାରେ ସଭାର ଆୟୋଜନ କରାଯାଇଥିଲା ।
ଅଟଳଜୀଙ୍କ ଜନ୍ମ ଜୟନ୍ତୀକୁ ବିଜେପି ସୁଶାସନ ଦିବସ ରୂପେ ପାଳନ କରୁଛି । ସୁଶାସନ ଦିବସ ଏବଂ ଅଟଳଜୀଙ୍କ ଉକୃଷ୍ଟ ଶାସନ ନୀତି ବିଷୟରେ ବିଜେପିର ବରିଷ୍ଠ ନେତାମାନେ ଆଲୋଚନା କରିଛି। ଏଥିରେ ଭୁବନେସ୍ବର ଏମ୍ସର ସମସ୍ତ କର୍ମଚାରୀଙ୍କ ସହିତ ବିଜେପିର ବରିଷ୍ଠ ନେତା ମନମୋହନ ସାମଲ, ସୁଦିପ୍ତ ରାୟ, ଲୁଲୁ ବଡଜେନା, ସୁରମା ପାଢୀ ପ୍ରମୁଖ ଉପସ୍ଥିତ ରହି ଅଟଜୀଙ୍କ ଗୁଣଗାନ କରିଥିଲେ।