Breaking PLUSଦେଶ ବିଦେଶମୁଖ୍ୟ ଖବର
ହର୍ମୁଜ ପ୍ରଣାଳୀ ସଂପୂର୍ଣ୍ଣ ଖୋଲିବାକୁ ଦେଲେ ଧମକ, ୪୮ ଘଣ୍ଟାର ଡେଡ୍ଲାଇନ ଦେଲେ ଟ୍ରମ୍ପ

ୱାଶିଂଟନ, 22 ମାର୍ଚ୍ଚ- ଆମେରିକା-ଇସ୍ରାଇଲ୍ ଓ ଇରାନ ମଧ୍ୟରେ ୨୮ ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା ଯୁଦ୍ଧର କୌଣସି ଅନ୍ତ ଦେଖାଯାଉ ନାହିଁ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି ଯେ, ଯଦି ୪୮ ଘଣ୍ଟା ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ଖୋଲା ନହୁଏ, ତେବେ ଇରାନର ସମସ୍ତ ପରମାଣୁ ଶକ୍ତି କେନ୍ଦ୍ର (ପାୱାର ପ୍ଲାଣ୍ଟ) ସମ୍ପୂର୍ଣ୍ଣ ଧ୍ୱଂସ କରାଯିବ।
ରାଷ୍ଟ୍ରପତି ଟ୍ରମ୍ପ ଶନିବାର ରାତିରେ ନିଜ ଟ୍ରୁଥ୍ ସୋସିଆଲ୍ରେ ଲେଖିଥିଲେ, “ଯଦି ଇରାନ ଏହି ସମୟରୁ ୪୮ ଘଣ୍ଟା ମଧ୍ୟରେ କୌଣସି ଆଡ଼ମ୍ବର ବିନା ହର୍ମୁଜ୍ ଜଳଡମରୁମଧ୍ୟକୁ ପୂରାପୂରି ଖୋଲିବନି, ତେବେ ଯୁକ୍ତରାଷ୍ଟ୍ର ତାଙ୍କର ବିଭିନ୍ନ ପରମାଣୁ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରି ସେଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବ। ଏହାର ଆରମ୍ଭ ଇରାନର ସବୁଠାରୁ ବଡ଼ ପାୱାର ପ୍ଲାଣ୍ଟରୁ କରାଯିବ।”



