୨୮ ନୂଆ NAC ପାଇଁ ୫୬୦ କୋଟିର ପ୍ୟାକେଜ୍

ରାଜ୍ୟର ୨୮ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ (NAC)ର ସାମଗ୍ରିକ ବିକାଶ ପାଇଁ ଓଡ଼ିଶା ସରକାର ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ପ୍ରତ୍ୟେକ NACକୁ ୨୦ କୋଟି ଟଙ୍କା ଲେଖାଏଁ ମିଳିବ। ଏହି ଅର୍ଥରେ ସଡ଼କ, ଡ୍ରେନେଜ୍, ପୌର କାର୍ଯ୍ୟାଳୟ, ମଡେଲ୍ ମାର୍କେଟ୍, ଅର୍ବାନ ହାଟ୍, ପାର୍କ, ଷ୍ଟ୍ରିଟ୍ ଲାଇଟ୍, ପରିମଳ ଓ ଜଳାଶୟର ସୌନ୍ଦର୍ଯ୍ୟକରଣ କରାଯିବ।
ସରକାରୀ ସୂଚନା ଅନୁସାରେ, ପ୍ରତ୍ୟେକ NACରେ ପୌର କାର୍ଯ୍ୟାଳୟ ପାଇଁ ୬.୪୦ କୋଟି, ସଡ଼କ-ଡ୍ରେନ୍ ଓ ପାର୍କ ପାଇଁ ୩ କୋଟି ଲେଖାଏଁ, ମଡେଲ୍ ମାର୍କେଟ୍ ପାଇଁ ୨ କୋଟି ଏବଂ ଅର୍ବାନ ହାଟ୍ ପାଇଁ ୧ କୋଟି ଟଙ୍କା ରହିଛି। ଏଥିସହ ଶବଦାହ ଗୃହ, ଇଭି ଚାର୍ଜିଂ ଷ୍ଟେସନ୍, ବୁଲା ପଶୁଙ୍କ ପାଇଁ ଭିତ୍ତିଭୂମି, ଜଳାଶୟ, ଆଲୋକୀକରଣ ଓ ପରିମଳ ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା ହୋଇଛି।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, କେବଳ ପ୍ରଶାସନିକ ସୀମା ବଢ଼ାଇବା ନୁହେଁ, ନୂଆ NACରେ ଗୁଣାତ୍ମକ ନାଗରିକ ସୁବିଧା ଯୋଗାଇବା ସରକାରଙ୍କ ଲକ୍ଷ୍ୟ।
ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ୬୨ଟି ପୌରାଞ୍ଚଳରେ ୩୨୩ କୋଟି ଟଙ୍କା ବ୍ୟୟରେ ୫୯୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହୋଇଛି। ‘ବିକଶିତ ଓଡ଼ିଶା–୨୦୩୬’ ଲକ୍ଷ୍ୟରେ ଏହି ପଦକ୍ଷେପ ରାଜ୍ୟର ସହରୀ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବ ବୋଲି ସରକାର କହିଛନ୍ତି।



