Breaking PLUSଓଡ଼ିଶାମୁଖ୍ୟ ଖବର

କଳାହାଣ୍ଡିରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ମୃତ

ଭୁବନେଶ୍ୱର, 26 ମେ- କଳାହାଣ୍ଡି ମଦନପୁର ରାମପୁରରେ ଅଭାବନୀୟ ଘଟଣା । ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ନିର୍ମାଣଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲୁଥିବା ସମୟରେ ୬ ଜଣଙ୍କ ମୃତ୍ୟୁ ଘଟିଛି ।

ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମିସ୍ତ୍ରୀ, ଜଣେ ଶ୍ରମିକ ଘର ମାଲିକ ଏବଂ ତାଙ୍କ ପୁଅ ରହିଛନ୍ତି।

ସୂଚନା ଅନୁଯାୟୀ ପ୍ରଥମେ ଜଣେ ମିସ୍ତ୍ରୀ ପାଇଖାନା ଟାଙ୍କି ଭିତରେ ପଡ଼ି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଆଉ ୫ ଜଣ ବି ଟାଙ୍କି ଭିତରକୁ ପଶିଥିଲେ। ସ୍ଥାନୀୟ ଲୋକ ଓ ପ୍ରଶାସନର ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ମଦନପୁର ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Show More

Related Articles

Back to top button