ସ୍ୱାସ୍ଥ୍ୟ

ଏକ ଚାମଚ ମହୁ ଓ ତିନୋଟି ଲବାଙ୍ଗର ବ୍ୟବହାର ଏହିଭଳି କରନ୍ତୁ : ମିଳିଥାଏ ଅନେକ ଲାଭ

ଅଧିକାଂଶ ଘରେ ଲବଙ୍ଗ ଓ ମହୁର ବ୍ୟବହାର ହୋଇଥାଏ କାରଣ ଆମେ ପ୍ରାୟ ସମସ୍ତେ ଜାଣିଛୁ ଏହି ଦୁଇଟି ଜିନିଷ ବିଭିନ୍ନ ଔଷଧୀୟ ଗୁଣରେ ଭରପୁର l ଫ୍ରାନ୍ସରେ ଗୋଟିଏ ଗବେଷଣାରେ କୁହାଯାଇଛି ଯେ ଏହି ଦୁଇଟି ଜିନିଷ ସହିତ ନମିଶାଇ ସେବନ କଲେ ଶରୀରକୁ ଅନେକ ଲାଭ ମିଳିବ

ବର୍ତ୍ତମାନ ପୃଥିବୀର ବାୟୁ ମଣ୍ଡଳ ଦୂଷିତ ହେବା ଦ୍ୱାରା ମଣିଷ ବିଭିନ୍ନ ପ୍ରକାରର ରୋଗଦ୍ୱାରା ଆକ୍ରାନ୍ତ ହେଉଛି l ଜଳବାୟୁ ପ୍ରଦୂଷଣ ସହିତ ସଂକ୍ରମଣ ମଧ୍ୟ ବଢ଼ିବାରେ ଲାଗିଛି l ଏପରି ସ୍ଥଳେ ଲବଙ୍ଗ ଓ ମହୁର ବ୍ୟବହାର ଆମପାଇଁ ହିତକର l

* ବଦଳୁଥିବା ଜଳବାୟୁରେ ଗଳା ଯନ୍ତ୍ରଣା ଏକ ସାଧାରଣ ସମସ୍ୟା l କାରଣ ଆମେ ଗ୍ରୀଷ୍ମର ଉତ୍ତାପରୁ ନିଜକୁ ରକ୍ଷା କରିବା ପାଇଁ ଥଣ୍ଡା ପାଣି କିମ୍ବା ଥଣ୍ଡା ଜାତୀୟ ଜିନିଷ ଖାଇଥାଉ l ଏପରି ସ୍ଥଳେ ଗଳାରେ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ l ତେଣୁକରି ଆପଣ ତିନୋଟି ଲବଙ୍ଗ ନେଇ ସେଥିରେ ଏକ ଚାମଚ ମହୁ ମିଶାଇ ରାତିସାରା ରଖି ଦିଅନ୍ତୁ l ସକାଳ ହେବା ମାତ୍ରେ ଲବଙ୍ଗକୁ କାଢି ମହୁକୁ ଖାଆନ୍ତୁ ଓ ସାମାନ୍ୟ ଉଷୁମ ପାଣି ପିଅନ୍ତୁ ଗଳା ଯନ୍ତ୍ରଣାରୁ ଆରାମ ମିଳିବ l

* ପାଟିରେ ଘା ହେବ ଏକ ସାଧାରଣ ସମସ୍ୟା ଅଟେ l ଉଭୟ ଜିନିଷରେ ଆଣ୍ଟିଇନ୍ଫ୍ଲମେଟୋରି ନ ଆଣ୍ଟିସେପ୍ଟିକ ଗୁଣ ରହିଛି l ଯେଉଁ କାରଣରୁ ଆମେ ଏଥିରୁ ରକ୍ଷା ପାଇ ପାରିବା l ପ୍ରତେକ ଦିନ ଏକ ଚାମଚ ମହୁରେ ଅଧା ଚାମଚ ଲବଙ୍ଗ ଗୁଣ୍ଡ ମିଶାଇ ନିଅନ୍ତୁ ଏବଂ ପାଟିରେ ଘା ହୋଇଥିବା ସ୍ଥାନରେ ଲଗାଇ ଛାଡି ଦିଅନ୍ତୁ l ଅଧ ଘଣ୍ଟା ପରେ ପାଟିକୁ କୁଳି କରି ଧୋଇ ନିଅନ୍ତୁ l କିଛି ଦିନ ଏଭଳି କରିବା ଦ୍ୱାରା ତୁଣ୍ଡ ଘା ଭଲ ହୋଇଯିବ l

* ଯେ କୌଣସି ରୋଗ ପାଇଁ ମନୀଷା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ସର୍ବପ୍ରଥମେ ଆବଶ୍ୟକ l ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଲବଙ୍ଗ ଓ ମହୁର ମିଶ୍ରଣ ଅତି ଉତ୍ତମ ଅଟେ l ଯଦି ଆପଣ ଏଭଳି କରିବାକୁ ଚାହୁଁଛନ୍ତି ଗୋଟିଏ ଚାମଚ ମହୁରେ ଲବଙ୍ଗ ମିଶାଇ ଦିନକୁ ଦୁଇଥର ସକାଳେ ଓ ସନ୍ଧ୍ୟାରେ ସେବନ କରନ୍ତୁ l ଏଭଳି କରିବା ଦ୍ୱାରା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାଯ୍ୟ କରିବା l

* ଶରୀର ସହିତ ଲବଙ୍ଗ ତ୍ୱଚା ପାଇଁ ମଧ୍ୟ ଲାଭ ଦାୟକ l କାରଣ ଏଥିରେ ଆଣ୍ଟିଇନ୍ଫ୍ଲମେଟରିକ ଗୁଣ ରହିଛି l ଯାହା ବ୍ୟାକ୍ଟେରିଆ ଠାରୁ ଆପଣଙ୍କ ଶରୀରକୁ ସୁରକ୍ଷା ଦେଇଥାଏ l ମହୁ ଆପଣଙ୍କ ତ୍ୱଚାକୁ ଉଜ୍ବଳ ରଖିଥାଏ l ତେଣୁକରି ଏକ ଚାମଚ ମହୁରେ ଲବଙ୍ଗ ଗୁଣ୍ଡ ଓ ଲେମ୍ବୁ ସାମାନ୍ୟ ମିଶାଇ ଗୋଟିଏ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏହାକୁ ତ୍ୱଚାରେ ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚା ଉଜ୍ବଳ ରହିବ ସହିତ ସୁନ୍ଦର ମଧ୍ୟ ରହିବ l

Show More

Related Articles

Back to top button