ମନୋରଞ୍ଜନ
ଅକ୍ଟୋବର ୩ରୁ ‘ବିଗ୍ ବସ୍ ୧୫’ !

ପୁଣି ଆରମ୍ଭ ହେବ ବିଗ୍ ବସ୍ ର ଏକ ନୂଆ ସିଜନ୍ । ଯାହାକୁ ନେଇ ସଲ୍ମାନଙ୍କ ଫ୍ୟାନ୍ ମାନେ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି । ଏହାରି ଭିତରେ ବିଗ୍ ବସ୍ର ଅନେକ ପ୍ରମୋ ବାହାରିସାରିଲାଣି । ଯାହା ପରେ ‘ବିଗ୍ ବସ୍ ୧୫’ର ଟେଲି ପ୍ରସାରଣ ପାଇଁ ପ୍ରଶଂସକମାନେ ବେଶ୍ ଉତ୍ସାହିତ ।
ବର୍ତ୍ତମାନ କରଣ ଜୋହରଙ୍କ ଆୟୋଜିତ ‘ବିଗ୍ ବସ୍ ଓଟିଟି’ ପ୍ରସାରିତ ହେଉଛି । ତେବେ ଇଂରାଜୀ ୱେବସାଇଟ୍ ଟେଲି ଚକ୍କରର ରିପୋର୍ଟ ଅନୁଯାୟୀ, ଏହି ଶୋ ‘ଅକ୍ଟୋବର ୩, ୨୦୨୧ ରୁ କଲର୍ସ ଚ୍ୟାନେଲରେ ପ୍ରଦର୍ଶିତ ହେବ । ଏହା ୱିକେଣ୍ଡରେ ରାତି ୯ ଟାରେ ପ୍ରସାରିତ ହେବ। ସୋମବାରରୁ ଶୁକ୍ରବାର ରାତି ୧୦.୩୦ ରେ ଏହା ପ୍ରଦର୍ଶିତ ହେବ ।
ପ୍ରୋମୋରୁ ଯାହା ଜଣାପଡ଼ୁଛି ଏଥରର ଥିମ୍ ମଧ୍ୟ ଅନ୍ୟ ସିଜିନ୍ ଅପେକ୍ଷା ବେଶ୍ ନିଆରା ରହିଛି । ଯାହା ଦର୍ଶକ ଏବଂ ପ୍ରତିଯୋଗୀଙ୍କୁ ବେଶ୍ ଆକୃଷ୍ଟ କରିବ ।



