Breaking PLUSଦେଶ ବିଦେଶମୁଖ୍ୟ ଖବର

ହ୍ୱାଇଟ ହାଉସରେ ଦୀପାବଳି ପାଳିଲେ ରାଷ୍ଟ୍ରପତି ବାଇଡେନ ଦମ୍ପତି ଓ ଉପରାଷ୍ଟ୍ରପତି କମଳା ହାରିସ

ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପ-ରାଷ୍ଟ୍ରପତି କମଳା ହାରିସ ଏବଂ ଆମେରିକାର ପ୍ରଥମ ମହିଳା ଜିଲ ବିଡେନ । ଗୁରୁବାର ହ୍ୱାଇଟ୍ ହାଉସରେ ଲାଇଟ୍ ଲଗାଇ ଦୀପାବଳୀ ପାଳନ କରିଛନ୍ତି ବାଇଡେନ । ଯାହାର ଫଟୋ ଉଠାଇ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ବାଇଡେନ ଟୁଇଟରରେ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଦୀପାବଳୀର ଆଲୋକ ଆମକୁ ସବୁଦିନ ପାଇଁ ଅନ୍ଧକାରରୁ ଜ୍ଞାନ ଏବଂ ସତ୍ୟ, ବିଭାଜନରୁ ଏକତା, ନିରାଶାରୁ ଆଶା କଥା ମନେପକାଇ ଦେବ । ଆମେରିକାରେ ରହୁଥିବା ସମସ୍ତ ହିନ୍ଦୁ, ସିଖ୍, ଜୈନ, ବୁଦ୍ଧିଷ୍ଟ ଏବଂ ବିଶ୍ୱର ମସସ୍ତଙ୍କୁ ଲୋକଙ୍କ ହାଉସରୁ ‘ହାପି ଦିୱାଲି’ । ଉପ-ରାଷ୍ଟ୍ରପତି କମଳା ହାରିସ୍ ଦୀପାବଳୀ ପାଳନ କରିବା ସହ ଏକ ଭିଡ଼ିଓ ବାର୍ତାରେ କହିଛନ୍ତି, ସମସ୍ତଙ୍କୁ ଆଲୋକର ପର୍ବ ଦୀପାବଳିର ଶୁଭେଚ୍ଛା ।

ଚଳିତ ବର୍ଷ ଦୀପାବଳୀ ଧ୍ୱଂସକାରୀ ମହାମାରୀ ପରେ ଆସିଛି । ସେହିପରି ପ୍ରଥମ ଥର ପାଇଁ ଆମେରିକାର ବିଶ୍ୱ ବାଣିଜ୍ୟକ କେନ୍ଦ୍ରରେ ଦୀପାବଳୀ ପାଳନ କରାଯାଇଛି । ଟୁଇଟରେ ୱାର୍ଲଡ ଟ୍ରେଡ ସେଂଟର ପକ୍ଷରୁ ଶୁଭଦିୱାଲି ଲେଖି ଏକ ଭିଡ଼ିଓ ପୋଷ୍ଟ କରାଯାଇଛି ।

Show More

Related Articles

Back to top button