Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିଜେପିର ଜୋରଦାର ବିରୋଧ
ଆସନ୍ତା ୮ ତାରିଖରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଜୋରଦାର ବିରୋଧ କରିବା ନେଇ ଚେତାବନୀ ଦେଇଛି ବିରୋଧୀ ଦଳ । ୮ ତାରିଖ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ସାମାଜିକ ବାସନ୍ଦର ଅଭିଯାନ ଆରମ୍ଭ କରିବ ବିଜେପି । ଏନେଇ ଏକ ସାମ୍ବାଦିକ ସମ୍ମାଦିକ ସମ୍ମିଳନୀ ରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନକୁ ଯିବେ ତାଙ୍କୁ ବିରୋଧ କରିବା ନେଇ ଯୋଜନା ରଖିଛନ୍ତି ବିରୋଧୀ ଦଳ । ମୁଖ୍ୟମନ୍ତ୍ରୀଙ୍କୁ କୌଣସି ସ୍ଥାନରେ ପାଦପକାଇବାକୁ ଦିଆଯିବ ନାହିଁ ବୋଲି ବିଜେପି କହିଛି । ଏଥିସହ ୩୧୪ ଟି ବ୍ଲକରେ ମୁଖ୍ୟମନ୍ତ୍ରୀ ଓ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କର କୁଶ ପୁତ୍ତଳିକା ଦାହ କରିବ ବିଜେପି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ,ବରଗଡ଼ ସାଂସଦ ସୁରେଶ ପୂଜାରୀ,ପୂର୍ବତନ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହ ଦେଓଙ୍କ ନେତୃତ୍ୱରେ ଏକ ଟିମ୍ କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବିଜେପି ।