Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଇକାନା ଷ୍ଟାଡିୟମରେ ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଟିତ

ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ସମାରୋହରେ ୪୫ ହଜାର ଅତିଥି ଯୋଗଦେବେ ବୋଲି କୁହାଯାଉଛି।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପାର ସଫଳତା ପରେ ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଶପଥ ଗ୍ରହଣ ସମାରୋହକୁ ବଡ଼ ଧରଣର କରିବା ପାଇଁ ସମସ୍ତ ଆୟୋଜନ ଚାଲିଛି। ଇକାନା ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ସମାରୋହରେ ୪୫ ହଜାର ଅତିଥି ଯୋଗଦେବେ ବୋଲି କୁହାଯାଉଛି। ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ମୁଲାୟମ ସିଂ ଯାଦବ, ବିଏସପି ସୁପ୍ରିମୋ ମାୟାବତୀ ସମେତ ସମସ୍ତ ବିରୋଧୀଦଳର ନେତା ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ଏହା ସହିତ ଭାଜପା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ସମ୍ଭାବନା ରହିଛି। ସୂଚନା ଅନୁଯାୟୀ, ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ସମାରୋହରେ ବିରୋଧୀ ଦଳର ସମସ୍ତ ନେତାଙ୍କୁ ନିମନ୍ତ୍ରଣ କରିବାକୁ ପ୍ରସ୍ତୁତି ଚାଲିଛି।

Show More

Related Articles

Back to top button